DNA India
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପରେ ପରେ ଏବେ ସମସ୍ତେ ରିୟାଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରିବାରେ ଲାଗିଛନ୍ତି।
ସିବିଆଇ ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଏପରି କିଛି ତଥ୍ୟ ଦେଖିବାକୁ ମିଳିଛି ଯାହା ଫଳରେ ରିୟାଙ୍କ ଉପରେ ଲୋକଙ୍କର ସନ୍ଦେହ ବଢ଼ି ବଢ଼ି ଚାଲିଛି।
ତେବେ, ଏପରି ଏକ ସମୟରେ ରିୟାଙ୍କ ପ୍ରତି ସହାନଭୂତି ଦେଖାଇ ଅଡୁଆରେ ଫସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଆୟୁଷ୍ମାନ ରିୟାଙ୍କ ପ୍ରତି ଟିକେ ସମ୍ବେଦନଶୀଳ ହେବା ପରେ ସୋସିଆଲ୍ ମିଡିଆରେ ଲୋକେ ତାଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିବାରେ ଲାଗିଛନ୍ତି।
ଆପଣ ଭାବୁଥିବେ ନିଶ୍ଚୟ ଯେ ଆୟୁଷ୍ମାନ ଖୁରାନା ଏପରି କ’ଣ କରିଛନ୍ତି ଯେ ଲୋକ ତାଙ୍କ ଉପରେ ତାତି ଗଲେ? ସେ ରିୟାଙ୍କ ସଂପର୍କରେ ପଦୁଟିଏ କେଉଁଠାରେ କହିନାହାନ୍ତି କି କିଛି ବି ଲେଖିନାହାନ୍ତି ବରଂ ରିୟାଙ୍କର ଏକ ପୁରୁଣା ଇନ୍ଷ୍ଟା ପୋଷ୍ଟ୍ରେ ସେ ଖାଲି ହାର୍ଟ ଏବଂ ବ୍ରୋକନ୍ ହାର୍ଟ ଇମୋଜି ଦେଇ ନିଜ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି। ଲୋକଙ୍କ କହିବା କଥା ହେଉଛି ଆୟୁଷ୍ମାନ ଏପରି ଇମୋଜି ଦେଇ ରିୟାଙ୍କ ପ୍ରତି ତାଙ୍କର ସମର୍ଥନ ବ୍ୟକ୍ତ କରିଛନ୍ତି।
Follow Us