'ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ'ର ବିଜେତା ହୋଇ ମଧ୍ୟ ବଦଭ୍ୟାସ ପାଇଁ ଅନ୍ଧାରକୁ ଠେଲି ହୋଇ ଯାଇଥିଲା ଜୀବନ, ଏବେ ସଫଳତା ଆଶାରେ ୮ବର୍ଷ ପରେ ପୁଣି ଦେଲେ ଅଡିସନ

'ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ'ର ବିଜେତା ହୋଇ ମଧ୍ୟ ବଦଭ୍ୟାସ ପାଇଁ ଅନ୍ଧାରକୁ ଠେଲି ହୋଇ ଯାଇଥିଲା ଜୀବନ, ଏବେ ସଫଳତା ଆଶାରେ ୮ବର୍ଷ ପରେ ପୁଣି ଦେଲେ ଅଡିସନ

amarujala.com

ମୁମ୍ବାଇ : ଆରମ୍ଭ ହୋଇ ସାରିଛି ରିୟଲିଟି ସୋ’ 'ଇଣ୍ଡିଆନ୍‌ ଆଇଡୋଲ ସିଜିନ୍‌-୧୧' । ଏହି ସୋ’ରେ ଜଜ୍‌ ଭାବେ ନଜର ଆସିବେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ୍‌,  ନେହା କକ୍କର ଓ ବିଶାଲ ଦଦ୍‌ଲାନୀ । ସୋ’ ଆରମ୍ଭରୁ ହିଁ ଅଡିସନ୍‌କୁ ଆସୁଥିବା ପ୍ରତିଯୋଗୀମାନଙ୍କୁ ନେଇ ସୋ’ଟି ଚର୍ଚ୍ଚାରେ ରହିଛି । ପ୍ରଥମ ଅଧ୍ୟାୟରେ ଅଡିସନ ପାଇଁ ଆସିଥିବା ପ୍ରତିଯୋଗୀ ଅଜମତ ହୁସେନ୍‌ ନିଜର ଦୁଃଖ ଭରା କାହାଣୀ ଶୁଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

अजमत हुसैन amarujala.com

ତାଙ୍କ କହିବା ଅନୁଯାୟୀ, ୨୦୧୧ରେ ୧୦ବର୍ଷ ବୟସରେ ସେ 'ସା ରେ ଗା ମା ପା ଲିଟିଲ ଚାମ୍ପ୍ସ'ରେ ଭାଗ ନେଇ ବିଜେତା ହୋଇଥିଲେ । କିନ୍ତୁ ତାଙ୍କର ବଦଭ୍ୟାସ ତାଙ୍କ ଜୀବନକୁ ଅନ୍ଧକାରକୁ ଠେଲି ଦେଇଥିଲା । ସୋ’ ଜିତିବା ପରେ ତାଙ୍କୁ ଅନେକ କାମ ମିଳୁଥିଲେ ମଧ୍ୟ ଘରର ଗୁଜୁରାଣ ମେଣ୍ଟାଇ ପାରୁ ନ ଥିଲେ । ବୟସ ସହ ସ୍ୱର ବଦଳିବାରୁ ଲୋକେ ତାଙ୍କ ଗୀତକୁ ପସନ୍ଦ କରିବା ବନ୍ଦ କରି ଦେଇଥିଲେ । ଯାହା ପରେ ସେ ଅବସାଦଗ୍ରସ୍ତ ହୋଇ ଗୀତ ଗାଇବା ଛାଡ଼ିବା ସହ ଗୀତ ଶୁଣିବା ବନ୍ଦ କରି ଦେଇଥିଲେ । ଖରାପ ଲୋକଙ୍କ ସହ ମିଶି ନିଶା କରିବା ଆରମ୍ଭ କରିଥିଲେ । ୮ବର୍ଷ ମଧ୍ୟରେ ତାଙ୍କ ଜୀବନ ଅନ୍ଧକାର ଭିତରକୁ ଚାଲି ଯାଇଥିଲା । କିନ୍ତୁ ଗତ ସିଜିନ୍‌ରେ ସେ ତାଙ୍କ ସହ ପ୍ରତିଯୋଗୀ ଥିବା ସଲମାନ ଅଲ୍ଲୀଙ୍କୁ ଦେଖି ମୁଁ ପ୍ରେରିତ ହେଲି ଏବଂ ଏବେ ମୁଁ ପୁଣି ଥରେ ମୋର ନୂଆ ପରିଚୟ ସୃଷ୍ଟି କରିବାକୁ ଚାହୁଁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe