୧୪ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଲେ ଶବାନା ଆଜମୀ, ଫଟୋ ସେୟାର କରି ଧନ୍ୟବାଦ୍ ଜଣାଇଲେ

Advertisment
୧୪ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଲେ ଶବାନା ଆଜମୀ, ଫଟୋ ସେୟାର କରି ଧନ୍ୟବାଦ୍ ଜଣାଇଲେ

Hindustan Times

ମୁମ୍ବାଇ: ଦୁର୍ଘଟଣା ଘଟିବାର ୧୪ଦିନ ପରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଏ ନେଇ ସେ ଏକ ଫଟୋ ଟୁଇଟ୍ କରି ନିଜର ପ୍ରଶଂସକ ଓ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ଧନ୍ୟବାଦ୍ ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ମୁଁ ସୁସ୍ଥ ହେବା ନେଇ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍। ମୁଁ ଏବେ ଘରକୁ ଫେରିଛି। ଟିନା ଅମ୍ବାନୀ ଓ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ମୁଁ ଧନ୍ୟବାଦ୍ ଜଣାଇବି, କାରଣ ସେଠାରେ ଥିବା ଡାକ୍ତର ଓ ନର୍ସମାନଙ୍କ ସେବା ପାଇଁ ମୁଁ ଏତେ ଶୀଘ୍ର ସୁସ୍ଥ ହୋଇପାରିଲି।

ସୂଚନା ମୁତାବକ, ଜାନୁଆରି ୧୮ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଶବାନା ଆଜମୀ। ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା  ହେବା ପରେ ଏହି ଦୁର୍ଘଟଣା ଘଟିଥିଲା।  ସେହି କାରରେ ଶବାନାଙ୍କ ସ୍ବାମୀ ଜାଭେଦ୍‌ ଅଖ୍‌ତର ବି ବସିଥିଲେ। ଦୁର୍ଘଟଣାରେ ଶବାନା ଏବଂ ତାଙ୍କ ଗାଡ଼ିର ଚାଳକ ଗୁରୁତର ଆହତ ହେବା ପରେ ଦୁହିଁଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୪ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe