'ଚିନ୍ତାଧାରା ଖରାପ'; ଏଭଳି କହି ରଣବୀରଙ୍କ ସହ ପଡକାଷ୍ଟ ବାତିଲ କଲେ ବି ପ୍ରାକ୍

Advertisment

ରଣବୀର ଆଲ୍ଲାହାବାଦିଆଙ୍କ ବୟାନ ଉପରେ ହଙ୍ଗାମା ପରେ, ଗାୟକ ବି ପ୍ରାକ ତାଙ୍କ ପଡକାଷ୍ଟକୁ ଯିବାକୁ ମନା କରିଦେଇଛନ୍ତି। ସେ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

ରଣବୀର ଆଲ୍ଲାହାବାଦିଆଙ୍କ ବୟାନ ଉପରେ ହଙ୍ଗାମା ପରେ, ଗାୟକ ବି ପ୍ରାକ ତାଙ୍କ ପଡକାଷ୍ଟକୁ ଯିବାକୁ ମନା କରିଦେଇଛନ୍ତି। ସେ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

tsamayaraiii

ନୂଆଦିଲ୍ଲୀ: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋ’ରେ ତାଙ୍କ ଅଶାଳୀନ ପ୍ରଶ୍ନ ନେଇ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ଏବେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏବେ ଏହାର ପ୍ରଭାବ ତାଙ୍କ କାମ ଉପରେ ମଧ୍ୟ ପଡ଼ିଛି। ପଡକାଷ୍ଟ ପାଇଁ ଲୋକପ୍ରିୟ ଥିବା ରଣବୀର ନିଜ ଅଶାଳୀନ ପ୍ରଶ୍ନ ପାଇଁ କ୍ଷମା ମାଗିବା ସତ୍ତ୍ୱେ, ଅତିଥିମାନେ ତାଙ୍କ ‌ସୋ’କୁ ଆସିବାକୁ ମନା କରୁଛନ୍ତି। ଏବେ ଜଣାଶୁଣା ଗାୟକ ବି ପ୍ରାକ୍, ରଣବୀରଙ୍କ ପଡକାଷ୍ଟକୁ ଯିବେ ନାହିଁ ବୋଲି ମନା କରିଛନ୍ତି। ସେ ନିଜେ ଏହି ସୂଚନା ଦେଇଛନ୍ତି।

ବି ପ୍ରାକ୍ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସେ ଆସନ୍ତା ସପ୍ତାହରେ ତାଙ୍କ ପଡକାଷ୍ଟକୁ ଯାଇଥାନ୍ତେ, କିନ୍ତୁ ଏବେ ସେ ଯିବେ ନାହିଁ। ସେ ଏହାକୁ ବାତିଲ କରିଦେଇଛନ୍ତି। ଗାୟକ କହିଛନ୍ତି ଯେ, ରଣବୀରଙ୍କ ଅଶାଳୀନ ପ୍ରଶ୍ନ ମୋତେ କ୍ରେଧିତ କରିଛି। ନିଜ ଭିଡିଓରେ ସେ କହିଛନ୍ତି, ମୁଁ ବିୟର ବାଇସେପ୍ସର ପଡକାଷ୍ଟକୁ ଯିବାର ଯୋଜନା ଥିଲା। କିନ୍ତୁ ଆମେ ତାହା ବାତିଲ କରିଦେଲୁ। କାରଣ ଏବେ ଜାଣିଲି ତାଙ୍କର ଚିନ୍ତାଧାରା କେତେ ଖରାପ। ସମୟ ରାଇନାଙ୍କ ସୋ’ରେ ସେ କିଭଳି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ? ଏହା ଆମର ଭାରତୀୟ ସଂସ୍କୃତି ନୁହେଁ। ଏହା ଆମର ସଂସ୍କୃତି ନୁହେଁ। ତୁମେ ବାପାମାଙ୍କ ବିଷୟରେ ଏ କେଉଁ କାହାଣୀ କହୁଛ?  ଏହା କ’ଣ ଏକ କମେଡି? ଏହା ଆଦୌ କମେଡି ନୁହେଁ। ଏହା ଷ୍ଟାଣ୍ଡ-ଅପ୍ କମେଡି ନୁହେଁ। ଲୋକଙ୍କୁ ଗାଳି ଦେବା, ଗାଳି କରିବାକୁ ଶିଖାଇବା, ଏ କେଉଁ ପିଢ଼ି? ମୁଁ ବୁଝିପାରୁନାହିଁ।

ଏହା ପରେ ରଣବୀରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ''ରଣବୀର ଆଲ୍ଲାହାବାଦିଆ, ତୁମେ ଧର୍ମ ବିଷୟରେ କଥା ହୁଅ, ତୁମେ ଆଧ୍ୟାତ୍ମିକତା ବିଷୟରେ କଥା ହୁଅ, ତୁମର ପଡକାଷ୍ଟକୁ ଏତେ ବଡ଼ ଲୋକ ଆସନ୍ତି, ‌କେତେ ବଡ଼ ବଡ଼ ସନ୍ଥ ତୁମ ପଡକାଷ୍ଟକୁ ଆସିଛନ୍ତି...ଏତେ ସବୁ ପରେ ବି ତୁମର ଚିନ୍ତାଧାରା ଏତେ ଖରାପ। ବନ୍ଧୁଗଣ, ମୁଁ ଆପଣଙ୍କୁ କେବଳ ଗୋଟିଏ କଥା କହିବି, ଯଦି ଆମେ ଏସବୁକୁ ବନ୍ଦ ନକରିପାରିବା, ତେବେ ଆମ ପିଲାମାନଙ୍କର ଭବିଷ୍ୟତ ବହୁତ ଖରାପ ହେବ। ଦୟାକରି, ସମୟ ରାଇନା ଏବଂ ସେହି ସୋ’କୁ ଆସୁଥିବା ଅନ୍ୟ ହାସ୍ୟ ଅଭିନେତାମାନଙ୍କୁ ହାତ ଯୋଡି ବିନମ୍ରତାର ସହିତ ଏହା ନକରିବାକୁ ଅନୁରୋଧ କରୁଛି।''

ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, "ତୁମେ କ'ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?" ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍‌ ଏବେ ସେହି ଭିଡିଓକୁ ଡିଲିଟ୍‌ କରିଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe