ବିବାହ ବନ୍ଧନରେ ବାନ୍ଧି ହେଲେ ୪୭ ବର୍ଷୀୟ ’ବାହୁବଳୀ’ ଫେମ୍‌ ସୁବାରାଜୁ

Advertisment

୪୭ ବ‌ର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣାଶୁଣା ତେଲୁଗୁ ଷ୍ଟାର୍‌ ତଥା ‘ବାହୁବଳୀ’ ଫେମ୍‌ ସୁବାରାଜୁ। ସେ ତାଙ୍କ ‌ସୋସିଆଲ୍‌ ମିଡିଆରେ ନବବିବାହିତ କନ୍ୟାଙ୍କ ସହ ଫଟୋ ପୋଷ୍ଟ୍‌ କରି ଦର୍ଶକଙ୍କୁ ଚକିତ କରାଇ ଦେଇଛନ୍ତି।

୪୭ ବ‌ର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣାଶୁଣା ତେଲୁଗୁ ଷ୍ଟାର୍‌ ତଥା ‘ବାହୁବଳୀ’ ଫେମ୍‌ ସୁବାରାଜୁ। ସେ ତାଙ୍କ ‌ସୋସିଆଲ୍‌ ମିଡିଆରେ ନବବିବାହିତ କନ୍ୟାଙ୍କ ସହ ଫଟୋ ପୋଷ୍ଟ୍‌ କରି ଦର୍ଶକଙ୍କୁ ଚକିତ କରାଇ ଦେଇଛନ୍ତି।

 Aaj Tak News

ମୁମ୍ବାଇ: ୪୭ ବ‌ର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣାଶୁଣା ତେଲୁଗୁ ଷ୍ଟାର୍‌ ତଥା ‘ବାହୁବଳୀ’ ଫେମ୍‌ ସୁବାରାଜୁ। ସେ ତାଙ୍କ ‌ସୋସିଆଲ୍‌ ମିଡିଆରେ ନବବିବାହିତ କନ୍ୟାଙ୍କ ସହ ଫଟୋ ପୋଷ୍ଟ୍‌ କରି ଦର୍ଶକଙ୍କୁ ଚକିତ କରାଇ ଦେଇଛନ୍ତି।

ଫଟୋରେ ଅଭିନେତା ପାରମ୍ପରିକ ଧୋତି-କୁର୍ତ୍ତାରେ ନଜର ଆସିଛନ୍ତି। ସେ ଗଳାରେ ମୋତି ମାଳ ପିନ୍ଧି ନିଜର ବୈବାହିକ୍‌ ଲୁକ୍‌କୁ ସଂପୂର୍ଣ୍ଣ କରିଛନ୍ତି। ସେ କଳା ରଂଗର ଏକ ସନ୍‌ଗ୍ଲାସ୍ ଲଗାଇ ଥିବାର ବି ନଜର ଆସିଛନ୍ତି।

ସେହିପରି ତାଙ୍କ କନ୍ୟା ଏକ ନାଲି ରଂଗର ସିଲ୍‌କ ଶାଢ଼ି ପିନ୍ଧିଥିବାର ‌ନଜର ଆସିଛନ୍ତି। ସେଥିରେ ସୁନେଲୀ ଜରି କାମ ହୋଇଛି। ଶାଢ଼ି ସହିତ ସେ ତାଙ୍କ ବେକରେ ଏକ ମ୍ୟାଚିଂ ଚୋକର୍‌ ବି ପିନ୍ଧିଥିବାର ଦେଖିବାକୁ ମିଳିଛି। ବଡ଼ କାନଫୁଲ ସହିତ ମେକ୍‌ଅପ୍‌ରେ ବେଶ୍‌ ସୁନ୍ଦର ଦେଖା ଯାଉଛନ୍ତି ସେ।

ସୁବାରାଜୁଙ୍କ କନ୍ୟା ‌ଗଭାରେ ଗଜରା ସହ କଳା ଚଷମା ପିନ୍ଧି ପ୍ରଶଂସକଙ୍କ ମନ ମୋହି ନେଇଛନ୍ତି। ତେବେ ଏବେ ପର୍ଯ୍ୟନ୍ତ ସୁବାରାଜୁଙ୍କ କନ୍ୟାଙ୍କ ସଂପର୍କରେ ବିଶେଷ କିଛି ତଥ୍ୟ ଜଣା ପଡ଼ିନାହିଁ। 

ଅଭିନେତାଙ୍କ ବିବାହ ଫଟୋ ଭାଇରାଲ୍‌ ହେବା ପରେ ପ୍ରଶଂସକ ତାଙ୍କୁ ଢେର୍‌ ସାରା ଶୁଭେଚ୍ଛା ଦେଉଛନ୍ତି। ସୁବାରାଜୁଙ୍କ କଥା କହିବା ତ ସେ ତାମିଲ୍‌, ତେଲୁଗୁ, ମାଲାୟାଲାମ ସହିତ ହିନ୍ଦୀ ସିନେମା‌ରେ ବି ନଜର ଆସିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe