ବଡ଼ ପରଦାକୁ ଫେରୁଛନ୍ତି ବବଲି!

Advertisment
ବଡ଼ ପରଦାକୁ ଫେରୁଛନ୍ତି ବବଲି!

ଭୁବନେଶ୍ୱର: ଓଲିଉଡର ଚୁଲବୁଲି ନାୟିକା ବବଲି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ସଂପ୍ରତି ତାଙ୍କ ଅଭିନୀତ ରୋମାଣ୍ଟିକ୍‌ କମେଡି ‘ଟିକେ ଅନାଡି ପୁରା ଖିଲାଡି’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏହାର ନିର୍ଦେଶନା ଦେଇଛନ୍ତି ଲୋକନାଥ ବାରିକ ଏବଂ ପ୍ରଯୋଜନାରେ ଅଛନ୍ତି ରବିନ୍‌ ନନ୍ଦ । ଏଥିରେ ବବଲିଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଡ଼ ଶାଲିନୀ ।

କାହାଣୀ ଅନୁଯାୟୀ ଜଣେ ଯୁବକ ଡ଼ ଶାଲିନୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଆଉ ଉକ୍ତ ଯୁବତୀ ବି ଭଲ ପାଉଛନ୍ତି ନାୟକଙ୍କୁ । ଏହି ସିନେମାରେ ‘ ମୁଁ ଗାନ୍ଧି ନୁହେଁ ’ ଫେମ୍‌ କରଣ ଅଛନ୍ତି ନାୟକ ଭୂମିକାରେ । କରଣଙ୍କ ଅଭିନୀତ ଚରିତ୍ରର ନାଆଁ ବି ହେଲା କରଣ୍‌ । କରଣ-ଶାଲିନୀଙ୍କ ପ୍ରେମକାହାଣୀ ଭିତରେ ଜଣେ ଖଳନାୟକ ବି ଅଛନ୍ତି । ଏଥିରେ ଖଳନାୟକ ଚରିତ୍ର ନିଭାଇଛନ୍ତି ରବିନ୍‌ ନନ୍ଦ । କିନ୍ତୁ ସେ ଦୁହିଁଙ୍କ ଲଭଷ୍ଟୋରି ସଫଳ ହେଉଛି ନା ଅନ୍ୟ କିଛି ଘଟୁଛି ତାହା ଜଣାପଡ଼ିବ କ୍ଲାଇମାକ୍ସରେ ।

ଏଠାରେ ସୂଚନାଯୋଗ୍ୟ ଯେ ବବଲି ପ୍ରଥମେ ଆଲବମରେ କାମ କରିଥିଲେ । ତାପରେ ସେ ‘ଆଖି ପଲକରେ ତୁ ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ସବ୍ୟସାଚୀ। ଏହାପରେ ବବଲିଙ୍କୁ ‘ବ୍ୟାଡ୍‌ ଗାର୍ଲ ’, ‘ଅ ଆ ହର୍ଷେଇ’ ଏବଂ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe