ଆଗାମୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’

Advertisment
ଆଗାମୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’

ଭୁବନେଶ୍ବର: ଏକ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’ ଆଗାମୀ ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ। ‘ବାବୁ ଭାଇଜାନ୍’ର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଏଥିରେ ‘ବାବୁ ଭାଇଜାନ୍‌’ଭାବେ ପରଦାକୁ ଆସୁଛନ୍ତି ଅରିନ୍ଦମ୍‌। ‘ବାବୁ ଭାଇଜାନ୍’ର ଟାଇଟଲ ଭୂମିକାରେ ଅରିନ୍ଦମ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ନାୟିକା ଭୂମିକା ନିଭାଇଛନ୍ତି ଶିବାନୀ । ଅରିନ୍ଦମ-ଶିବାନୀଙ୍କ ବ୍ୟତୀତ ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ସନ୍ତୋଷ ନାରାୟଣ ଦାସ ଏବଂ ତାପସ ସରଘରିଆ ପ୍ରମୁଖ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

publive-image
ଖ୍ବାଜା ଗରିବ୍ ନଓ୍ବାଜ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କାହାଣୀ ଅନୁଯାୟୀ ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ଅନେକ ସମୟରେ ବାବୁ ନାମକ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ। ଏମିତି କେତେଥର ଦେଖା ହେବା ପରେ ସୋନି ପ୍ରେମରେ ପଡ଼ିଯାଇଛି ସେହି ଯୁବକ। ତା’ପରେ ବାବୁର ବ୍ୟବସାୟରେ ଉନ୍ନତି ଘଟିଛି। ତାପରେ ଯୁବକ ବାବୁରୁ ବନିଯାଏ ବାବୁ ଭାଇଜାନ୍। ଏଥିରେ ସୋନି ଭୂମିକାରେ ଅଛନ୍ତି ଶିବାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe