ଏଯାବତ୍‌ ଏକାଠି ଆସିନାହାନ୍ତି ଏହି ଦୁଇ ଷ୍ଟାରସନ୍‌

Advertisment
ଏଯାବତ୍‌ ଏକାଠି ଆସିନାହାନ୍ତି ଏହି ଦୁଇ ଷ୍ଟାରସନ୍‌

ଭୁବନେଶ୍ୱର : ଓଲିଉଡରେ ବିଗତ କିଛି ବର୍ଷ ହେବ ଦୁଇ ହିରୋ ଥିବା ଫିଲ୍ମର ସଂଖ୍ୟା କମିଯାଇଛି। ମଲ୍‌ଟିଷ୍ଟାରର୍‌ ସିନେମା ତ ଓଡ଼ିଆରେ ଆଉ ତିଆରି ହେଉନାହିଁ କହିଲେ ଚଳେ। ଅବଶ୍ୟ ମଝିରେ ମଝିରେ ଦୁଇ ନାୟକ ଥିବା ଫିଲ୍ମ ବି ପରଦାକୁ ଆସୁଛି।

ଯେତେବେଳେ ଦୁଇଜଣ ନାୟକଙ୍କ ସିନେମା ତିଆରି ହୁଏ, ସେତେବେଳେ ଦର୍ଶକଙ୍କର ଅପେକ୍ଷା ଥାଏ ଯେ ନିଶ୍ଚିତ ଭାବେ ଉଭୟଙ୍କୁ ସମାନ୍ତରାଳ ଭୂମିକାରେ ଦେଖିବାକୁ ମିଳିବ। ଓଲିଉଡରେ ଆଗରୁ ଦୁଇ ନାମୀ ଷ୍ଟାର ସିଦ୍ଧାନ୍ତ ଓ ଅନୁଭବଙ୍କୁ ଏକାଠି ଦେଖିବାକୁ ପାଇଛନ୍ତି। ଠିକ୍‌ ସେହିପରି ଲୋକପ୍ରିୟ ନାୟକ ସବ୍ୟସାଚୀ ଓ ବୁଦ୍ଧାଦିତ୍ୟ, ସବ୍ୟସାଚୀ ଓ ବାବୁସାନ୍‌, ସବ୍ୟସାଚୀ ଓ ଅରିନ୍ଦମ୍‌, ସବ୍ୟସାଚୀ ଓ ସମ୍ବିତ୍‌ ଏକାଠି ଗୋଟିଏ ସିନେମାରେ ଆସିଛନ୍ତି। ଅପରପକ୍ଷରେ ଓଲିଉଡର ଦୁଇ ଲୋକପ୍ରିୟ ନାୟକ ଅନୁଭବ ଓ ଆକାଶ ମଧ୍ୟ ଏକାଠି ଆସିଛନ୍ତି। କିନ୍ତୁ ଏଯାବତ୍‌ ଦୁଇ ଷ୍ଟାରସନ୍‌ଙ୍କୁ ଏକାଠି କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ସିନେ ପ୍ରେମୀ।

ଓଲିଉଡର ଏହି ଦୁଇ ଷ୍ଟାରସନ୍‌ ହେଲେ ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁପୁତ୍ର ବାବୁସାନ୍‌ ଏବଂ ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ। ଏ ଦୁହେଁ ଓଲିଉଡରେ ବେଶ୍‌ ସକ୍ରିୟ। ଅବଶ୍ୟ ବାବୁସାନ୍‌ ଅମ୍ଳାନଙ୍କ ତୁଳନାରେ ଆଗରେ ଅଛନ୍ତି। ଅମ୍ଳାନ ଓଲିଉଡରେ ଅନ୍ୟ ଲୋକପ୍ରିୟ ନାୟକ ଅରିନ୍ଦମ୍‌ ଓ ଆକାଶଙ୍କ ସହ ଯଥାକ୍ରମେ ‘ତୋ’ର ଦିନକୁ ମୋର ଦିନେ’ ଓ ‘ତୁ କହିବୁ ନା ମୁଁ’ରେ ସ୍କି୍ରନ୍‌ ସେଆର୍‌ କରିଛନ୍ତି। କିନ୍ତୁ ଏଯାବତ୍‌ ବାବୁସାନଙ୍କ ସହ ଏକାଠି ଗୋଟିଏ ଫ୍ରେମ୍‌ରେ ଆସିନାହାନ୍ତି। ଦେଖାଯାଉ କେବେ ଓ କେଉଁ ସିନେମାରେ ଏ ଦୁଇ ଷ୍ଟାରସନ୍‌ ଏକାଠି କାମ କରିବାର ସୁଯୋଗ ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe