୬ ବର୍ଷ ପରେ ବାବୁସାନ୍-ଅର୍ଚ୍ଚିତା

Advertisment

ପ୍ରାୟ ୬ ବର୍ଷ ବ୍ୟବଧାନ ପରେ ଓଡ଼ିଆ ସିନେଜଗତର ଲୋକପ୍ରିୟ ଯୋଡ଼ି ବାବୁସାନ୍-ଅର୍ଚ୍ଚିତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ନୂଆ ଓଡ଼ିଆ ଛବି ‘ବୋଉ ଭୁଟୁ ଭୂତ’ରେ ପୁଣି ନାୟକ ନାୟିକା ଭାବେ ଅଭିନୟ କରୁଛନ୍ତି ବାବୁସାନ୍ ଓ ଅର୍ଚ୍ଚିତା।

ପ୍ରାୟ ୬ ବର୍ଷ ବ୍ୟବଧାନ ପରେ ଓଡ଼ିଆ ସିନେଜଗତର ଲୋକପ୍ରିୟ ଯୋଡ଼ି ବାବୁସାନ୍-ଅର୍ଚ୍ଚିତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ନୂଆ ଓଡ଼ିଆ ଛବି ‘ବୋଉ ଭୁଟୁ ଭୂତ’ରେ ପୁଣି ନାୟକ ନାୟିକା ଭାବେ ଅଭିନୟ କରୁଛନ୍ତି ବାବୁସାନ୍ ଓ ଅର୍ଚ୍ଚିତା।

dggddg

ପ୍ରାୟ ୬ ବର୍ଷ ବ୍ୟବଧାନ ପରେ ଓଡ଼ିଆ ସିନେଜଗତର ଲୋକପ୍ରିୟ ଯୋଡ଼ି ବାବୁସାନ୍-ଅର୍ଚ୍ଚିତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ନୂଆ ଓଡ଼ିଆ ଛବି ‘ବୋଉ ଭୁଟୁ ଭୂତ’ରେ ପୁଣି ନାୟକ ନାୟିକା ଭାବେ ଅଭିନୟ କରୁଛନ୍ତି ବାବୁସାନ୍ ଓ ଅର୍ଚ୍ଚିତା। ଏଥିରେ ଅପରାଜିତା ମହାନ୍ତିଙ୍କୁ ବି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ଗ୍ୟାଙ୍ଗସ୍‌ ଅଫ୍ ପୁରୀ’ ଫେମ୍ ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ମହମ୍ମଦ ଇମ୍ରାନ୍‌ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିବା ବେଳେ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ। ‘ପାବାର୍’ ପରେ ପ୍ରଯୋଜିକା ତୃପ୍ତି ଶତପଥୀଙ୍କର ଏହା ଦ୍ବିତୀୟ ସିନେମା। ବାବୁସାନ୍ ଫିଲ୍ମସ ବ୍ୟାନରରେ ନିର୍ମିତ ‘ବୋଉ ଭୁଟୁ ଭୂତ’ରେ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନାରେ ଥିବା ବେଳେ ରୁଦ୍ରକାନ୍ତ ସିଂହ ସିନେମାଟୋଗ୍ରାଫି କରିଛନ୍ତି।

ସୂଚନାଯୋଗ୍ୟ, ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥୁକୁଲ୍’ରେ ବାବୁସାନ୍-ଅର୍ଚ୍ଚିତା ଯୋଡ଼ି ପ୍ରଥମ ଥର ଲାଗି ନଜର ଆସିଥିଲେ। ଏହାପରେ ଏହି ଯୋଡ଼ିକୁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲୋଫର୍’, ‘ଅଜବ ସଂଜୁର ଗଜବ ଲଭ୍’ ଓ  ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଚକଲେଟ୍’ରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ୨୦୧୯ରେ ମୁକ୍ତିଲାଭ କରିଥିବା ବିନି ସାମଲଙ୍କ ପ୍ରଯୋଜିତ ‘ଅଜବ ସଂଜୁର  ଗଜବ ଲଭ୍’ରେ ଶେଷଥର ଲାଗି ଏହି ଯୋଡ଼ି ନଜର ଆସିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe