ରଜରେ ବାବୁସାନ୍ ପୂଜାରେ ଅନୁଭବ

Advertisment

ଓଲିଉଡ୍‌ର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍‌ର ସଦ୍ୟତମ ସିନେମା ‘ଛି ରେ ନନୀ’ ନିକଟରେ ମୁକ୍ତିଲାଭ କରିଛି। ସିନେପ୍ରେମୀଙ୍କ ଆଗ୍ରହ ଦେଖି ପ୍ରଯୋଜନା ସଂସ୍ଥା ଏହାର ଆଗାମୀ ଯୋଜନା ଆରମ୍ଭ କରିଛି।

ଓଲିଉଡ୍‌ର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍‌ର ସଦ୍ୟତମ ସିନେମା ‘ଛି ରେ ନନୀ’ ନିକଟରେ ମୁକ୍ତିଲାଭ କରିଛି। ସିନେପ୍ରେମୀଙ୍କ ଆଗ୍ରହ ଦେଖି ପ୍ରଯୋଜନା ସଂସ୍ଥା ଏହାର ଆଗାମୀ ଯୋଜନା ଆରମ୍ଭ କରିଛି।

dgdggdcvcv

ଓଲିଉଡ୍‌ର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍‌ର ସଦ୍ୟତମ ସିନେମା ‘ଛି ରେ ନନୀ’ ନିକଟରେ ମୁକ୍ତିଲାଭ କରିଛି। ସିନେପ୍ରେମୀଙ୍କ ଆଗ୍ରହ ଦେଖି ପ୍ରଯୋଜନା ସଂସ୍ଥା ଏହାର ଆଗାମୀ ଯୋଜନା ଆରମ୍ଭ କରିଛି। ପ୍ରଯୋଜକ ସୀତାରାମ ଅଗ୍ରୱାଲ୍‌ଙ୍କ ସୁପୁତ୍ର ତଥା ସିଦ୍ଧାର୍ଥ ମ୍ୟୁଜିକ୍‌ର କାର୍ଯ୍ୟକାରୀ ପ୍ରଯୋଜକ ସିଦ୍ଧ‌ାର୍ଥ ଅଗ୍ରୱାଲ୍‌ଙ୍କ କହିବା ଅନୁଯାୟୀ, ୨୦୨୬ ରଜ ପାଇଁ ସିଦ୍ଧାର୍ଥ ମ୍ୟୁଜିକ୍‌ ବାବୁସାନ୍‌ଙ୍କ ସହ ମିଶି ଏକ ଓଡ଼ିଆ ଛବି ନିର୍ମାଣ କରିବା କଥା ସ୍ଥିର ହୋଇଛି। ତେବେ ଏହାର କାହାଣୀ ଓ ନିର୍ଦ୍ଦେଶକ ଏଯାଏ ଚୂଡ଼ାନ୍ତ ହୋଇନି। ସେହିପରି ୨୦୨୬ ଦଶହରାରେ ଅନୁଭବଙ୍କୁ ନେଇ ଏକ ଓଡ଼ିଆ ଛବି ନିର୍ମାଣ କରିବାର ଯୋଜନା ଚାଲିଛି। ଅନୁଭବଙ୍କର ‘ଚାରିଧାମ’, ‘ରାବଣ’ ଓ ‘ବିଗୁଲ୍ ୨’ର କାମ ସରିବା ପରେ ଆମର ପାଳିପଡ଼ିବ ବୋଲି ସିଦ୍ଧାର୍ଥ କହିଛନ୍ତି।

ସିଦ୍ଧାର୍ଥ ମ୍ୟୁଜିକ୍‌ ବ୍ୟାନର୍‌ ଲୋକପ୍ରିୟ ହେବା ପଛରେ ରହିଛି ଏହାର ସ୍ବତ୍ବାଧିକାରୀ ସୀତାରାମ ଅଗ୍ରୱାଲ୍‌ଙ୍କ କ୍ରମାଗତ ସଫଳତା। ‘ଆକାଶେ କି ରଙ୍ଗ ଲାଗିଲା’, ‘ଅଭିମନ୍ୟୁ’, ‘ପାଗଳ କରିଚି ପାଉଁଜି ତୋର’, ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖିଦେଲି’, ‘ସୁପର୍‌ ମିଛୁଆ’, ‘ଗୋଲାପି ଗୋଲପି’, ‘ମୁଁ ଏକା ତୁମର’, ‘ପର୍ଶୁରାମ’, ‘ପ୍ରେମରେ ପ୍ରେମରେ’, ‘ତୋର ଦିନେକୁ ମୋର ଦିନେ’, ‘ସପନର ପଥେ ପଥେ’, ‘ଲଭ୍ ଏକ୍ସପ୍ରେସ୍’, ‘ଲୈଲା ଓ ଲୈଲା’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’, ‘ଅଭିମାନ’, ‘ମିଷ୍ଟର କହ୍ନେୟା’, ‘ତୁ ମୋର ଓକେ’ ଆଦି ୪୫ଟି ଓଡ଼ିଆ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏ ମଧ୍ୟରୁ ଅଧିକାଂଶ ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe