ଜଣେ ପ୍ରଯୋଜକଙ୍କୁ ତିନିଟି ସୁପରହିଟ୍‌ ଦେଇଥିଲେ ବାବୁସାନ୍‌-ଝିଲିକ୍‌ ଯୋଡ଼ି

Advertisment
ଜଣେ ପ୍ରଯୋଜକଙ୍କୁ ତିନିଟି ସୁପରହିଟ୍‌ ଦେଇଥିଲେ ବାବୁସାନ୍‌-ଝିଲିକ୍‌ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼୍‍ର ଏକ ଲୋକପ୍ରିୟ ଯୋଡି ହେଲେ ବାବୁସାନ୍‌-ଝିଲିକ୍‌ । ବାବୁସାନ୍‌-ଝିଲିକ୍‌ ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଆଖିରେ ଆଖିରେ’।୨୦୧୪ରେ ଏହା ମୁକ୍ତିଲାଭ କରିଥିଲା। ‘ଆଖିରେ ଆଖିରେ’ ବକ୍ସ ଅଫିସରେ ଏକ ବ୍ଲକ୍‌ବଷ୍ଟର ଫିଲ୍ମଭାବେ ପରିଗଣିତ ହୁଏ।ଏହାପରେ ସେହି ପ୍ରଯୋଜକ ଓ ନିର୍ଦ୍ଦେଶକ ପୁଣି ବାବୁସାନ୍‌-ଝିଲିକ୍‌ଙ୍କ ଯୋଡ଼ିକୁ ନେଇ ଅନ୍ୟ ଏକ ସୁପରହିଟ୍‌ ଓଡ଼ିଆ ସିନେମା ଉପହାର ଦେଇଥିଲେ ଓଡ଼ିଆ ଦର୍ଶକଙ୍କୁ। ୨୦୧୪ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଲେଖୁ ଲେଖୁ ଲେଖି ଦେଲି’।
୨୦୧୫ରେ ପୁଣି ବାବୁସାନ୍‌ ବିପକ୍ଷରେ ନାୟିକା ଭାବେ ପରଦାକୁ ଆସିଥିଲେ ଝିଲିକ୍‌ ଫିଲ୍ମ ‘ସୁପର ମିଛୁଆ’ରେ।ଏହି ବ୍ଲକ୍‌ବଷ୍ଟର ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। କୁହାଯାଇପାରେ ଯେ,‘ସୁପର ମିଛୁଆ’ରେ ବାବୁସାନ୍‌-ଝିଲିକଙ୍କୁ ମିଳିଥିଲା ସବୁଠାରୁ ବେଶୀ ସଫଳତା ।

publive-image

ଲଗାତାର ତିନି ତିନିଟା ସୁପରହିଟ୍‌ ଫିଲ୍ମ ଦେଇ ୨୦୧୫ ଯାଏଁ ବାବୁସାନ୍‌-ଝିଲିକ୍‌ଙ୍କ ଯୋଡ଼ିଥିଲେ ବକ୍ସ ଅଫିସ୍‌ରେ ନମ୍ବର ଓ୍ଵାନ୍‌। ହେଲେ ଆପଣ କ’ଣ ଜାଣନ୍ତି କି ଏତିନିଟି ସିନେମାର ପ୍ରଯୋଜକ ହେଲେ ସୀତାରାମ ଅଗ୍ରଓ୍ଵାଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe