ଆଉ କ’ଣ ବଡ଼ ପରଦାରେ ନଜର ଆସିବେନି ବାବୁସାନ୍-ଝିଲିକ୍ ସୁପରହିଟ୍ ଯୋଡ଼ି?

ଆଉ କ’ଣ ବଡ଼ ପରଦାରେ ନଜର ଆସିବେନି ବାବୁସାନ୍-ଝିଲିକ୍ ସୁପରହିଟ୍ ଯୋଡ଼ି?

ଭୁବନେଶ୍ବର: ଓଲିଉଡର ଏକ ସୁପରହିଟ୍  ଯୋଡ଼ି ହେଲେ ବାବୁସାନ୍-ଝିଲିକ୍। ଏହି ଯୋଡ଼ି ଏଯାଏଁ ୪ଟି ଓଡ଼ିଆ ଛବିରେ ନଜର ଆସିଛନ୍ତି।  ଏଥିମଧ୍ୟରୁ ୩ଟା ସୁପରହିଟ୍ ଛବି। ବାବୁସାନ୍-ଝିଲିକ୍ ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଆଖିରେ ଆଖିରେ’। ୨୦୧୪ରେ ଏହା ମୁକ୍ତିଲାଭ କରିଥିଲା। ‘ଆଖିରେ ଆଖିରେ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଫିଲ୍ମଭାବେ ପରିଗଣିତ ହୁଏ। ଏହାପରେ ସେହି ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି ପୁଣି ବାବୁସାନ୍-ଝିଲିକ ଯୋଡ଼ିକୁ ନେଇ ଅନ୍ୟ ଏକ ସୁପରହିଟ୍ ଓଡ଼ିଆ ସିନେମା ଉପହାର ଦେଇଥିଲେ ଓଡ଼ିଆ ଦର୍ଶକଙ୍କୁ। ୨୦୧୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଟାଇଟଲ୍ ହେଲା ‘ଲେଖୁ ଲେଖୁ ଲେଖି ଦେଲି’।

publive-image
୨୦୧୫ରେ ପୁଣି ବାବୁସାନ୍ ବିପକ୍ଷରେ ନାୟିକା ଭାବେ ପରଦାକୁ ଆସିଥିଲେ ଝିଲିକ୍ ଫିଲ୍ମ ‘ସୁପର ମିଛୁଆ’ରେ। ଏହି ବ୍ଲକବଷ୍ଟର ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। କୁହାଯାଇପାରେ ଯେ, ‘ସୁପର ମିଛୁଆ’ରେ ବାବୁସାନ୍-ଝିଲିକଙ୍କୁ ମିଳିଥିଲା ସବୁଠାରୁ ବେଶୀ ସଫଳତା।

ଲଗାତାର ତିନି ତିନିଟା ସୁପରହିଟ୍ ଫିଲ୍ମ ଦେଇ ୨୦୧୫ ଯାଏଁ ବାବୁସାନ୍-ଝିଲିକ୍ ଯୋଡ଼ିଥିଲେ ବକ୍ସ ଅଫିସରେ ନମ୍ବର ଓ୍ଵାନ୍। ହେଲେ ଏହି ଯୋଡ଼ିର ଚତୁର୍ଥ ସିନେମା ‘ ଜବରଦସ୍ତ ପ୍ରେମିକ’କୁ ଅବଶ୍ୟ ଆଶାନୁରୂପ ସଫଳତା ମିଳି ନଥିଲା। ଏହାପରେ ଅନ୍ୟ କୌଣସି ଛବିରେ ଏଯାଏ ବାବୁସାନ୍-ଝିଲିକ୍ ଯୋଡ଼ିକୁ ଦେଖିବାକୁ ମିଳିନି। ଅର୍ଥାତ୍ ପ୍ରାୟ ସାତ ବର୍ଷ ହେବ ଏହି ଯୋଡ଼ି ପରଦାକୁ ଆସିନାହାନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ଉଭୟ କଳାକାର ଅନ୍ୟ ନାୟକ ନାୟିକାଙ୍କ ସହ କାମ କରୁଛନ୍ତି। ଆଉ କଣ ସତରେ ଦର୍ଶକଙ୍କ ଆଗକୁ ଆସିବେନି ଏହି ସୁପରହିଟ୍ ଯୋଡ଼ି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe