ଟଲିଉଡ୍‌ର ବାବୁସାନ୍!

Advertisment

ରୁଦ୍ରରଂଜନ ଶେଜପଡ଼ା

ରୁଦ୍ରରଂଜନ ଶେଜପଡ଼ା

ଟଲିଉଡ୍‌ର ବାବୁସାନ୍!

ଏବେ ଜଣେ ନବାଗତ ଅଭିନେତା ବେଶ୍ ଚର୍ଚ୍ଚାରେ ଅଛନ୍ତି। ଓଡ଼ିଆ, କିନ୍ତୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ତାଙ୍କର ଅନେକ ପ୍ରଶଂସକ ବନିଲେଣି।ଚେହେରାରେ ସାମଞ୍ଜସ୍ୟ ଥିବାରୁ ଅନେକେ ତାଙ୍କୁ କହନ୍ତି, ଟଲିଉଡ୍‌ର ବାବୁସାନ। ସେ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ବଡ଼ପାଳ ପଞ୍ଚାୟତ ମୟୂର ଗ୍ରାମର ଅଜୟ ଦାସ। ଅଜୟଙ୍କ ବୟସ ୨୫ ବର୍ଷ। ଏତେ କମ୍ ବୟସରେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ତେଲୁଗୁ ସହ ୬ଟି ଭାଷାରେ ନିର୍ମାଣ ହେଉଥିବା ଶିବସତ୍ୟମ୍‌ଙ୍କ ‘ଅନ୍ତର୍ଯାମୀ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସହ-ନିର୍ଦ୍ଦେଶକର ଦାୟିତ୍ବ ତୁଲାଇଛନ୍ତି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ଥିବା ବେଳେ ଅଜୟଙ୍କୁ ଜଣେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଶ୍ରୀତମ ଦାସ ମଧ୍ୟ ଅଭିନୟ କରିଛନ୍ତି।

ତେଲୁଗୁ ସହ ୬ଟି ଭାଷାରେ ନିର୍ମାଣ ହେଉଥିବା ଶିବସତ୍ୟମ୍‌ଙ୍କ ‘ଅନ୍ତର୍ଯାମୀ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସହ-ନିର୍ଦ୍ଦେଶକର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ଅଜୟ। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ଥିବା ବେଳେ ଅଜୟଙ୍କୁ ଜଣେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ।

publive-image

‘ଅନ୍ତର୍ଯାମୀ’କୁ ଛାଡ଼ି ଅଜୟଙ୍କ ପାଇଁ ଆଉ ଏକ ସୁଯୋଗ ମଧ୍ୟ ରହିଛି। ସାଉଥ୍ ସୁପର୍‌ଷ୍ଟାର୍‌ ରାମଚରଣଙ୍କୁ ନେଇ ମାଇତ୍ରି ପ୍ରଡକ୍ସନ୍ ନିର୍ମାଣ କରୁଛି ତା’ର ୧୬ତମ ତେଲୁଗୁ ଚଳଚ୍ଚିତ୍ର। ଏହାର ଅଡିସନ୍‌ରେ ସଫଳ ହୋଇ ଅଜୟ ଅଭିନେତା ତାଲିକାରେ ରହିଛନ୍ତି। ଅଜୟ କହିଛନ୍ତି, ‘‘ମୁଁ ଜଣେ ଓଡ଼ିଆ। ଟଲିଉଡ୍‌ରେ କାମ କରିବା ପାଇଁ ହାଇଦ୍ରାବାଦ ଆସିଛି। ସିନେଜଗତର ଅନେକ ଅଜଣା କଥା ଜାଣିବି, ଶିଖିବି। ଓଲିଉଡ୍‌ରେ ସୁଯୋଗ ମିଳିଲେ ମୋର ଅନୁଭୂତି ଓ ଅଭିଜ୍ଞତାକୁ ଭରପୂର ଉପଯୋଗ କରିବି। ସିନେମା ହଲ୍‌ରୁ ଓଡ଼ିଆ ଦର୍ଶକ କେବେ ନିରାଶ ହୋଇ ଫେରିବେନି।’’

ଅଜୟ କେବଳ ସିନେ କଳାକାର ନୁହନ୍ତି, ଜଣେ ସମାଜସେବୀ ଭାବେ ମଧ୍ୟ ଜଣାଶୁଣା। ଏବେ ସେ ବାଲେଶ୍ବରର ‘ମୁଁ ତୁମ ସାଥୀ’ ନାମକ ଏକ ସାମାଜିକ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଅଜୟ ଅଭିନୟ ଶିକ୍ଷା ଓ ଅଡିସନ୍ ଖର୍ଚ୍ଚ ତୁଲାଇବା ପାଇଁ ଅତୀତରେ କ୍ୟାଟରିଂ ବୟ ଭାବ କାମ କରିଛନ୍ତି। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ତୃତୀୟ ବର୍ଷ ପର୍ଯ୍ୟନ୍ତ ପଢ଼ି ସେ ଅଧାରୁ ପାଠ ଛାଡ଼ିଛନ୍ତି। ବାପା ଗଣେଶ୍ବର ଦାସ ଓ ମାଆ ନିନିମଣି ଦାସ। ତାଙ୍କର ଦୁଇ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଗଣେଶ୍ବର ଭାଗଚାଷ ଓ ଗ୍ୟାରେଜ୍‌ରେ କାମ କରି ଘର ଚଳାଇବା ସହ ଅଜୟଙ୍କୁ ତାଙ୍କର ଲକ୍ଷ୍ୟ ହାସଲ ପାଇଁ ଆଶୀର୍ବାଦ ସ୍ବରୂପ ଟଙ୍କା ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe