ବାବୁସାନଙ୍କ ସହ ପ୍ରଥମ ଥର ନଜର ଆସିବେ ଯଲିଉଡର ଏହି ନାଆଁକରା ଅଭିନେତା

Advertisment
ତାରକା ପରିବାର କଳି ମାମଲା: ଆପୋସ ବୁଝାମଣା ପାଇଁ କସରତ

ଭୁବନେଶ୍ବର: ଯଲିଉଡର ନାଆଁକରା ଅଭିନେତା ପୀୟୁଷ ପୁଣି ବଡ଼ ପରଦାରେ କମାଲ୍ କରିବେ। ହଁ ଏବଂ ସେ ବାବୁସାନଙ୍କ ଅଭିନୀତ ‘ବିଦ୍ୟାରାଣ’ରେ ଆସୁଛନ୍ତି ନେଗେଟିଭ୍ ରୋଲରେ। ଏହି ଫିଲ୍ମରେ ପୀୟୁଷଙ୍କୁ ମିଳିଛି ଦମଦାର୍ ଭୂମିକା। ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେ।
ଏଥିରେ ବାବୁସାନ୍, ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ।

ଜ୍ୟୋତି ଦାସ ଏହି ସିନେମାର ନିର୍ଦେଶକ। ଆଗରୁ ସେ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।

publive-image
ସୂଚନାଯୋଗ୍ୟ, ପ୍ରଥମେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘ ଘାଇଲା ବାଘ’ରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ପୀୟୁଷ। ହେଲେ ସେହି ସିନେମାଟି ପରଦାକୁ ଆସିଲା ନାହିଁ। ଏହାପରେ ପୀୟୁଷ ହିମାଂଶୁ ପରିଜାଙ୍କ ନିର୍ଦେଶିତ ‘ଲଭ୍ ୟୁ ହମେଶା’ରେ ଖଳନାୟକ ଭାବେ ନଜର ଆସିଥିଲେ। ତା’ପରେ ସେ ଏକ ଲୋକପ୍ରିୟ ଧାରାବାହିକ ‘ରାଜକନ୍ୟା’ରେ ବନିଥିଲେ ନାୟକ। ତାପରେ ଫିଲ୍ମ ମୋହ ଛାଡ଼ି ସେ ଯଲିଉଡରେ ଏଣ୍ଟ୍ରି ନେଇଥିଲେ।
ତେବେ ପୀୟୁଷଙ୍କର ଏକ ଓଡ଼ିଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏହା ହେଲା ‘ଡାର୍ଲିଂ’। ଏଥିରେ ପୀୟୁଷଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ଦର୍ଶକଏକ ନୂଆ ଯୋଡ଼ିକୁ ଭେଟିବେ। ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ। ଏହି ସିନେମାରେ ନବାଗତ ବରଦା ପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe