ରଜରେ ବାବୁସାନ୍‌ ଏବଂ ତମନ୍ନା କରିବେ ‘ଗୋଲମାଲ୍‌ ଲଭ୍‌’

Advertisment
ରଜରେ ବାବୁସାନ୍‌ ଏବଂ ତମନ୍ନା କରିବେ ‘ଗୋଲମାଲ୍‌ ଲଭ୍‌’

ଭୁବନେଶ୍ୱର: ଚଳିତ ବର୍ଷ ରଜରେ ଏକାଧିକ ଓଡ଼ିଆ ସିନେମା ରିଲିଜ୍‌ ହେଉଥିବାର ସୂଚନା ମିଳିଛି।ଏଥର ରଜ ଅବସରରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ,ବରଂ ଚାରିଟି ଓଡ଼ିଆ ଛବି ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଏଥି ମଧ୍ୟରୁ ପ୍ରଥମଟି ହେଲା ତରଙ୍ଗ ସିନେ ପ୍ରଡକସନ୍ସର ନୂଆ ସିନେମା,ଯାହାର ଟାଇଟଲ ହେଲା ‘ଗୋଲମାଲ୍‌ ଲଭ୍‌’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।ଏହା ଏକ କମେଡ଼ି ଫିଲ୍ମ।

ଏଥିରେ ବାବୁସାନ,ତମନ୍ନା,ବିଜୟ ମହାନ୍ତି,ଜୀବନ ପଣ୍ଡା,ତ୍ରିଭୁବନ ପଣ୍ଡା ଓ ଶ୍ରୀତମ ଦାସ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ବାବୁସାନ୍‌ ଏବଂ ତମନ୍ନା ଏଥିରେ କି ପ୍ରକାରର ଗୋଲମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

publive-image

ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଜାର। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ‘ଗୋଲମାଲ୍‌ ଲଭ୍‌’ରେ ଜଣାଶୁଣା ସଂଳାପ ଲେଖକ ଡ଼ ନିର୍ମଳ ନାୟକ ପ୍ରଥମ ଥର ଲାଗି ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ କାମ କରିଛନ୍ତି।ନିର୍ଦ୍ଦେଶକ ଅଶୋକ ପତି ତରଙ୍ଗ ସିନେ ପ୍ରଡକସନ୍ସର ଜଣେ ପ୍ରିୟ ନିର୍ଦ୍ଦେଶକ ବୋଲି ପୁଣି କୁହାଗଲାଣି। ଏହି ସିନେମାରେ ପୁଣି ଥରେ ଅଶୋକ ବାବୁସାନଙ୍କୁ ନେଇ ଏକ ହିଟ୍‌ ସିନେମା ଦେବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe