ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ 'ବଚ୍ଚନ ପାଣ୍ଡେ'ର ସୁଟିଂ, ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

Advertisment
ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ 'ବଚ୍ଚନ ପାଣ୍ଡେ'ର ସୁଟିଂ, ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

ମୁମ୍ବାଇ: ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ଫିଲ୍ମ 'ବଚ୍ଚନ ପାଣ୍ଡେ' ର ସୁଟିଂ | ଏହି ସିନେମାରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ କ୍ରିତି ସାନନ ନଜର ଆସିବେ | ସିନେ ସମୀକ୍ଷକ ତରଣ ଆଦର୍ଶ ଆଜି ଏବାବଦରେ ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ କମେଡି ଭିତ୍ତିକ ହେବାକୁ ଥିବାବେଳେ ଆସନ୍ତାବର୍ଷ ଜାନୁୟାରୀରୁ ରାଜସ୍ଥାନର ଜୟସଲମେରରେ ଅକ୍ଷୟ 'ବଚ୍ଚନ ପାଣ୍ଡେ'ର ସୁଟିଂ ଆରମ୍ଭ କରିବେ |

ଏହି ସୁଟିଂ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହାର ନିର୍ଦ୍ଦେଶନା ଦେବେ ଫରହାଦ୍ ସାମଜୀ | ଅକ୍ଷୟଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ ଓ ଆଉ ଜଣେ ଅଭିନେତ୍ରୀ ନଜର ଆସିବେ | ତେବେ ଏହି ଅଭିନେତ୍ରୀଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ସାଜିଦ ନାଦିଆଡୱାଲା ଏହି ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରୁଛନ୍ତି |


ସୂଚନା ଥାଉ କି ଦୀପାବଳି ଅବସରରେ ୯ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଥିବା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ'ର ନାମ ପୂର୍ବରୁ' ଲକ୍ଷ୍ମୀ ବମ୍ 'ରଖାଯାଇଥିଲା। କିନ୍ତୁ ବିବାଦ ପରେ ଫିଲ୍ମର ନିର୍ମାତା ଏହାର ନାମ କେବଳ 'ଲକ୍ଷ୍ମୀ' କୁ ପରିବର୍ତ୍ତନ କରିଥିଲେ। କରୋନା ଭାଇରସ ମହାମାରୀ ଯୋଗୁଁ ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe