New Indian Express
ମହାରାଷ୍ଟ୍ର ସରକାର ଜୁନ୍ ୧୫ ତାରିଖରେ ରାଜ୍ୟରୁ ଲକଡାଉନ୍ କଟକଣା ଉଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ଖବର ଅଧିକ ଖୁସି କରିଛି ବଲିଉଡ୍ ତାରକାମାନଙ୍କୁ। ପ୍ରଯୋଜନା ସଂସ୍ଥାମାନେ ସୁଟିଂସେଟ୍କୁ ଆସିବାକୁ ସଜବାଜ ହେଲେଣି। ସଲମାନ୍ ଖାନ୍, ଶାହରୁଖ୍ ଖାନଙ୍କଠାରୁ ବର୍ଷୀୟାନ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଡ଼ ଟେକି ବସିଲେଣି ସୁଟିଂଫ୍ଲୋର୍କୁ ଫେରିବାକୁ। ଏବେ ଅମିତାଭଙ୍କ ହାତରେ ରହିଛି ନୂଆ ସିନେମା ‘ଗୁଡ୍ବାଏ’।
ଅମିତାଭ କହିଛନ୍ତି, ପୂର୍ବ ଅପେକ୍ଷା ଏବେ ଉଭୟ ମୁମ୍ବାଇ ଓ ଦିଲ୍ଲୀରେ କୋଭିଡ୍ ସଂକ୍ରମଣର ପ୍ରଭାବ କମିଛି। ସରକାର ଲୋକଙ୍କ ରୋଜଗାରକୁ ଦୃଷ୍ଟିରେ ରଖି କିଛି କିଛି କ୍ଷେତ୍ରରେ କୋଭିଡ୍ କଟକଣାକୁ କୋହଳ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ବିଶେଷକରି ସିନେମା ଶିଳ୍ପରେ ଜଡ଼ିତ କଳାକାର ଓ ଟେକ୍ନିସିଆନମାନେ ଉପକୃତ ହେବେ। ଚଳିତ ବର୍ଷ ଏପ୍ରିଲ ୨ତାରିଖରେ ସୁଟିଂ ଆରମ୍ଭ ହେଇଥିବା ‘ଗୁଡ୍ବାଏ’ କୋଭିଡ୍ର ଦ୍ବିତୀୟ ଲହର ଯୋଗୁଁ ସ୍ଥଗିତ ଥିଲା। ଶୁଣାଯାଉଛି, ଏଇ ମାସ ପୁଣି ଏହାର ଦ୍ବିତୀୟ ସିଡ୍ୟୁଲର ସୁଟିଂ ଆରମ୍ଭ ହେବ।
Follow Us