ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’, ଏଭଳି ମିଳିଲା ଦର୍ଶକଙ୍କ ପ୍ରତିକ୍ରିୟା

Advertisment
ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’, ଏଭଳି ମିଳିଲା ଦର୍ଶକଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଆଜି ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ରକୁ ଅକ୍ଷୟଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଥିଲେ। ଚଳଚ୍ଚିତ୍ରଟି କେବଳ ରିଲିଜ୍‌ ହୋଇନାହିଁ, ବରଂ ଏହି ଫିଲ୍ମଟିକୁ ଦେଖିବା ପରେ ପ୍ରଶଂସକମାନେ ଟ୍ବିଟର୍‌ରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି।

କେହି କେହି ଟ୍ବିଟ୍‌ କରି ଚଳଚ୍ଚିତ୍ରଟିକୁ ଖୁବ୍ ଭଲ ହୋଇଛି ବୋଲି ମତ ଦେଇଥିବା ବେଳେ ଆଉ କେହି ଏହାକୁ ନିହାତି ବୋରିଂ ଫିଲ୍ମ ବୋଲି ମଧ୍ୟ କହିଛନ୍ତି।

କିଛି ପ୍ରଶଂସକ ଚଳଚ୍ଚିତ୍ରଟିକୁ ଦେଖିବା ପରେ ଟଙ୍କା ଉଠିଗଲା ବୋଲି କମେଣ୍ଟ ଦେଇଥିବା ବେଳେ ଆଉ କେହି ଏହାକୁ ବୟକଟ୍‌ କରିବାକୁ ଟ୍ବିଟ୍‌ କରିଛନ୍ତି। ଚଳଚ୍ଚିତ୍ରଟିରେ ଦର୍ଶକ କମେଡି, ଆକ୍ସନ ସବୁକିଛି ଦେଖିବାକୁ ପାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏଥିରେ ଅକ୍ଷୟ କୁମାର ଓ କୃତି ସନନଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅସଦ ବାରସୀ, ସ୍ନେହାଲ୍ ଦାବୀ, ପଙ୍କଜ ତ୍ରିପାଠୀ, ପ୍ରତୀକ ବବ୍ବର, ଅଭିମନ୍ୟୁ ସିଂହ ଏବଂ ଶରଶ କୁମାର ଶୁକ୍ଳା ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛନ୍ତି। ‘ବଚ୍ଚନ ପାଣ୍ଡେ’ ଫିଲ୍ମର ପ୍ରଯୋଜନା କରିଛନ୍ତି ସାଜିଦ ନଦିଆୱାଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe