abplive
ମୁମ୍ବାଇ: ଇଦ୍ ଅବସରରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସହ ରିଲିଜ୍ ହୋଇଥିଲା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ମଇଦାନ'। ତେବେ ରୋଜଗାର ଦୃଷ୍ଟିରୁ 'ମୈଦାନ' 'ବଡେ ମିଆଁ ଛୋଟେ ମିଆଁ'କୁ ପଛରେ ପକାଇ ଦେଇଥିଲେ ବି ବିଶ୍ବ ସ୍ତରର ଆୟ ମିଶାଇଲେ ୨ଦିନରେ ୫୦କୋଟିରୁ ଅଧିକ ଆୟ କରିଛି 'ବଡେ ମିଆଁ ଛୋଟେ ମିଆଁ'। ଇନଷ୍ଟାଗ୍ରାମ ପେଜରେ ପ୍ରଡକ୍ସନ୍ ହାଉସ୍ ପୂଜା ଏଣ୍ଟରଟେନମେଣ୍ଟ ଏହି ସୂଚନା ସେୟାର କରିଛି।
ତେବେ ଘରୋଇ ବକ୍ସ ଅଫିସରେ 'ବଡେ ମିଆଁ ଛୋଟେ ମିଆଁ'ର ରୋଜଗାର ଟିକେ ମନ୍ଥର ରହିଛି। ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନରେ ୧୫.୬୫ କୋଟି ଟଙ୍କା ସଂଗ୍ରହ କରିଥିଲା। ଏହା ସହ ଦ୍ୱିତୀୟ ଦିନରେ ଫିଲ୍ମଟି ୭.୬ କୋଟି ଟଙ୍କା ରୋଜଗାର କରିଥିଲା। ଏହାକୁ ମିଶାଇ ଦୁଇ ଦିନ ମଧ୍ୟରେ ଭାରତରେ 'ବଡେ ମିଆଁ ଛୋଟେ ମିଆଁ'ର ମୋଟ ରୋଜଗାର ବର୍ତ୍ତମାନ ୨୩.୨୫ କୋଟି ଟଙ୍କା ହୋଇଛି। ଅଲି ଅବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲାର ଏବଂ ଅଲାୟା ଏଫ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପୃଥ୍ବୀରାଜ୍ ସୁକୁମାରନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।
Follow Us