୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯିବା ଭଳି ଅଜବ କାହାଣୀ କେମିତି ମନକୁ ଆସିଥିଲା ବୋଲି ପ୍ରଥମ ଥର ପାଇଁ ଜଣାଇଲେ ନିର୍ଦ୍ଦେଶକ

Advertisment
୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯିବା ଭଳି ଅଜବ କାହାଣୀ କେମିତି ମନକୁ ଆସିଥିଲା ବୋଲି ପ୍ରଥମ ଥର ପାଇଁ ଜଣାଇଲେ ନିର୍ଦ୍ଦେଶକ

livenewsone.us

ମୁମ୍ବାଇ : ରିଲିଜ୍‌ ହୋଇ ସାରିଛି ଫିଲ୍ମ ‘ବଧାଇ ହୋ’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରା । ଫିଲ୍ମର କାହାଣୀ ଅନ୍ୟ ଫିଲ୍ମର କାହାଣୀଠାରୁ ଭିନ୍ନ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଫିଲ୍ମରେ ଆୟୁଷ୍ମମାନଙ୍କ ମା’ ୫୧ ବର୍ଷରେ ଗର୍ଭବତୀ ହୋଇଯିବା କଥା ଫିଲ୍ମର ଟ୍ରେଲରରେ ସମସ୍ତଙ୍କୁ ହସାଇଥିବା ବେଳେ ଏବେ ସିନେମା ହଲରେ ଲୋକେ ପୂରା ଫିଲ୍ମ ଦେଖି ହସି ହସି ଗଡ଼ୁଛନ୍ତି । ତେବେ ଏଭଳି ଏକ ଭାବନା ନିର୍ଦ୍ଦେଶକଙ୍କ ମନକୁ କିପରି ଆସିଲା ତାହାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଆସିଥିବା ବେଳେ ଏବେ ଏହାର ଖୁଲାସା କରିଛନ୍ତି ନିର୍ଦ୍ଦେଶକ ଅମିତ ଶର୍ମା ।

publive-image Deccan Chronicle

ଏକ ସାକ୍ଷାତକାରରେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ଏକ ମଜାଦାର ଉତ୍ତର ରଖିଥିଲେ । ଏଭଳି ଏକ କାହାଣୀ ପଛରେ କାହାର ହାତ ରହିଛି ବୋଲି ପଚରାଯିବା ପରେ ନିଜର ସେ ନିଜର ଜଣେ ଲେଖକ ବନ୍ଧୁଙ୍କ ନାମ ନେଇଥିଲେ । "ଥରେ ସେ ମୋ ଘରକୁ ଆସି ଯଦି ୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯାଏ ତେବେ କ’ଣ ହେବ ବୋଲି ପଚାରିଥିଲେ । ତାଙ୍କର ଏହି କଥାକୁ ଶୁଣି ମୁଁ ଖୁସିରେ ନାଚିବାକୁ ଲାଗିଥିଲି । ସେ ମୋତେ ଏହି ଗୋଟେ ଲାଇନ୍‌ରୁ ପୂରା ଫିଲ୍ମର କାହାଣୀ କରିବା କଥା କହିଥିଲେ । ଯାହା ପରେ ଆମେ ଦୁହେଁ ଫିଲ୍ମକୁ ସଫଳ କରିବା ପାଇଁ କାହାଣୀ ଲେଖିବା ଆରମ୍ଭ କରିଥିଲୁ । କେବେ ସେ କିଛି ଲେଖୁଥିଲେ କେବେ ମୁଁ କିଛି ଲେଖୁଥିଲି । ଏମିତି ଲେଖୁ ଲେଖୁ ଫିଲ୍ମଟି ସଂପୁର୍ଣ୍ଣ ହୋଇ ଯାଇଥିଲା । ଯାହା ଆଜି ସମସ୍ତଙ୍କ ଆଗରେ" ବୋଲି ଅମିତ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe