କାମ ସରିବା ପରେ ବାଦଶାହ ଟଙ୍କା ଦେଇନଥିବା ଅଭିଯୋଗ କଲା ମିଡିଆ କମ୍ପାନି

ବଢ଼ିଲା ଭାରତର ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ସମସ୍ୟା। ଆଇନଗତ ଚୁକ୍ତିନାମାକୁ ସମ୍ମାନ ନକରିବା ଅଭିଯୋଗରେ ଏକ ମିଡିଆ କମ୍ପାନି ତାଙ୍କ ବିରୋଧରେ ମାମଲା ଦାୟର କରିଛି।

badshah

ମୁମ୍ବାଇ: ବଢ଼ିଲା ଭାରତର ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ସମସ୍ୟା। ଆଇନଗତ ଚୁକ୍ତିନାମାକୁ ସମ୍ମାନ ନକରିବା ଅଭିଯୋଗରେ ଏକ ମିଡିଆ କମ୍ପାନି ତାଙ୍କ ବିରୋଧରେ ମାମଲା ଦାୟର କରିଛି। କମ୍ପାନି ଦାବି କରିଛି ଯେ 'ବାବଲା' ନାମକ ଗୀତର ନିର୍ମାଣ ଏବଂ ପ୍ରଚାର ସହ ଜଡିତ ସମସ୍ତ କାମ ସମାପ୍ତ ହୋଇଛି। କିନ୍ତୁ ବାଦଶାହ ନିର୍ମାଣ ପାଇଁ ଦେୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଗାୟକଙ୍କ ବିରୋଧରେ ମାମଲା କର୍ଣ୍ଣାଲ ଜିଲ୍ଲା କୋର୍ଟରେ ପଞ୍ଜିକୃତ ହୋଇଛି।

ଅଭିଯୋଗ କରିଥିବା ମିଡିଆ କମ୍ପାନି ଦାବି କରିଛି ଯେ, ଅନେକ ନୋଟିସ୍ ଦେବା ପରେ ସେମାନେ ବାଦଶାହାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛନ୍ତି। ବାଦଶାହ ଆରମ୍ଭରୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ଟଙ୍କ‌ା ଦେବି କହି ଦିନ ଗଡ଼ାଇ ଚାଲିଛନ୍ତି। ଅନେକ ଥର ମାଗିବ‌ା ପରେ ଆମେ ଶେଷରେ ଆଇନର ବାଟ ଆପଣାଇଛୁ।

ଉଲ୍ଲେଖଯୋଗ୍ୟ, ‘ବାବଲା’ ଗୀତରେ ବାଦଶାହ ଏବଂ ଅମିତ ଉଚାନା ଅଭିନୟ କରିଛନ୍ତି। ଏହି ଗୀତକୁ ୟୁଟ୍ୟୁବରେ ୧୫.୧ କୋଟିରୁ ଅଧିକ ଥର ଦେଖାଯାଇସାରିଛି | ଏହା ବାଦଶାହଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଥିଲା। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ବି ବାଦଶାହ ଆଇନଗତ ସମସ୍ୟାରେ ଫସିସାରିଛନ୍ତି। ଗତ ବର୍ଷ ଅନଲାଇନ୍ ବେଟିଂ କମ୍ପାନି ଆପ୍ 'ଫେୟାରପ୍ଲେ'କୁ ପ୍ରୋତ୍ସାହିତ କରିବା ପାଇଁ ବାଦଶାହା ମହାରାଷ୍ଟ୍ର ପୁଲିସ୍ ସାଇବର ସେଲ୍ ସମ୍ମୁଖରେ ହାଜର ହୋଇଥିଲେ। ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ରାପରଙ୍କ ସମେତ ଅତି କମରେ ୪୦ଜଣ ସେଲିବ୍ରିଟି, କର୍ତ୍ତୃପକ୍ଷଙ୍କ ସ୍କାନରକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe