ବିବାହର ୯ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଲୋକପ୍ରିୟ ଅଭିନେତା ଅମନ

Advertisment

ଅଭିନେତା ଅମନ ବର୍ମା ଏବଂ ତାଙ୍କ ପତ୍ନୀ ବନ୍ଦନା ଲାଲବାନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଭିନେତା ଅମନ ବର୍ମା ଏବଂ ତାଙ୍କ ପତ୍ନୀ ବନ୍ଦନା ଲାଲବାନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

aman

ମୁମ୍ବାଇ: ବଲିଉଡରେ ଆଉ ଏକ ଦମ୍ପତିଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି। ଅଭିନେତା ଅମନ ବର୍ମା ଏବଂ ତାଙ୍କ ପତ୍ନୀ ବନ୍ଦନା ଲାଲବାନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିବାହର ପ୍ରାୟ ୯ବର୍ଷ ପରେ, ସେମାନଙ୍କ ସମ୍ପର୍କ ଏବେ ଶେଷ ହେବାକୁ ଯାଉଛି।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ କିଛି ବର୍ଷ ତଳେ ଝଗଡ଼ା ଆରମ୍ଭ ହୋଇଥିଲା। ସମ୍ପର୍କରେ ତିକ୍ତତା ଆସିବାରୁ ସେମାନେ ସେମାନଙ୍କ ସମ୍ପର୍କକୁ ସୁଧାରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିବାରୁ ଏବେ ଛାଡପତ୍ର ଆବେଦନ କରିଛନ୍ତି।ଅମନ ବର୍ମାଙ୍କ ପତ୍ନୀ ବନ୍ଦନା ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଧନଶ୍ରୀ-ୟୁଜଭେନ୍ଦ୍ର ଏବଂ ଗୋବିନ୍ଦ-ସୁନୀତାଙ୍କ ଛାଡପତ୍ର ଗୁଜବ ପରେ, ଏହି ଦମ୍ପତି ଏବେ ଚର୍ଚ୍ଚାରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଅମନ ବର୍ମା ଏବଂ ବନ୍ଦନା ୨୦୧୪ମସିହାରେ 'ହମନେ ଲି ହୈ ଶପଥ' ଧାରାବାହିକର ସେଟରେ ଦେଖା ହୋଇଥିଲେ। କିଛି ମାସ ମଧ୍ୟରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଲେ ଏବଂ ୨୦୧୫ମସିହାରେ ନିର୍ବନ୍ଧ କରିଥିଲେ। ୨୦୧୬ ମସିହାରେ ଦୁହିଁଙ୍କ ବିବାହ ହୋଇଥିଲା। ପ୍ରଥମେ ସେମାନଙ୍କ ସମ୍ପର୍କ ବହୁତ ଭଲ ଥିଲା। କିନ୍ତୁ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଛାଡ଼ପତ୍ର ଚର୍ଚ୍ଚା ବିଷୟରେ ପଚରାଯିବାରୁ ଅମନ କହିଛନ୍ତି ଯେ, ମୁଁ କିଛି କହିବାକୁ ଚାହେଁନାହିଁ। ମୋ ଓକିଲ କିଛି ଦିନ ପରେ ସବୁ ପ୍ରଶ୍ନର ଉତ୍ତର ଦେବେ। ଅନ୍ୟପକ୍ଷରେ ବନ୍ଦନା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe