ଆଜି ସନ୍ଧ୍ୟାରେ ଜୀ ସାର୍ଥକରେ ପ୍ରସାରିତ ହେବ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’

Advertisment
ଆଜି ସନ୍ଧ୍ୟାରେ ଜୀ ସାର୍ଥକରେ ପ୍ରସାରିତ ହେବ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’

ଜୀ ସାର୍ଥକ ଫିଲ୍ମସ୍ ସବୁବେଳେ ନୂଆ ତଥା ଓଡ଼ିଆ କାହାଣୀ ଆଧାରିତ ପାରିବାରିକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଆସିଛି। ପୁଣି ଥରେ ଏଇ ପ୍ରଡକ୍ସନ୍ ହାଉସ୍ ନିର୍ମାଣ କରିଛି ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌। ଏକ ନିଆରା ଓ ରହସ୍ୟମୟ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏହା ଆଜି ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକ ଚ୍ୟାନେଲ୍‌ରେ ଦର୍ଶକ ଦେଖିପାରିବେ।

ଅନିଚ୍ଛା ସତ୍ତ୍ବେ ନାୟକ ଋଷି ନିଜ ମା’ଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ସାୟଲ୍‌ଙ୍କୁ ବିବାହ କରୁଛନ୍ତି, ଭିନ୍ନ ଏକ ଢଙ୍ଗରେ ବାହାଘର ହେଉଥିଲେ ମଧ୍ୟ ଏହାର କାହାଣୀରେ ଆସୁଛି ନୂଆ ଏକ ମୋଡ଼। ଆଉ ତା’ପରେ ଯାହା ଘଟୁଛି, ତାହା ଅବର୍ଣ୍ଣନୀୟ। ଏମିତି କାହାଣୀ ଦର୍ଶକଙ୍କୁ ଚକିତ କରିବ ବୋଲି ଆଶା କରାଯାଉଛି। ଏଇ ରୋମାଣ୍ଟିକ୍ କାହାଣୀଟି ଦର୍ଶକଙ୍କୁ ସମ୍ଭବତଃ ଏକ ଅନୁଭୂତି ଦେବ।

ଓମ୍‌ ସାଇ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ। ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲୀ ରଥ। ଏକ ପାରିବାରିକ କାହାଣୀକୁ ନେଇ ‘ବାହାଘର ଡଟ୍ କମ୍’ ଆଧାରିତ। ଏଥିରେ ଋଷି, ସାୟଲ୍‌ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe