‘ବାହୁବଳୀ-୨’କୁ ବର୍ଷେ ପୂରିଲା: ଆପଣଙ୍କ ପ୍ରିୟ ଦୃଶ୍ୟରେ ଥିବା ଏହି ଭୁଲ୍‌କୁ ଆପଣ ଜାଣିପାରିଛନ୍ତି କି?

Advertisment
‘ବାହୁବଳୀ-୨’କୁ ବର୍ଷେ ପୂରିଲା: ଆପଣଙ୍କ ପ୍ରିୟ ଦୃଶ୍ୟରେ ଥିବା ଏହି ଭୁଲ୍‌କୁ ଆପଣ ଜାଣିପାରିଛନ୍ତି କି?

ନୂଆଦିଲ୍ଳୀ: ଭାରତୀୟ ସିନେମା ଜଗତର ମାଇଲ୍‌ଖୁଣ୍ଟ ସାଜିଥିବା ନର୍ମାତା ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ବାହୁବଳୀ-୨’କୁ ବର୍ଷେ ପୂରିଛି। ହଜାର କୋଟିରୁ ଉର୍ଧ୍ୱ ବ୍ୟବସାହ କରିଥିବା ଏହି ଚଳଚ୍ଚିତ୍ରଟିରେ ଅନେକ ଗୁଡ଼ିଏ ଭୁଲ୍‌ ରହିଥିଲେ ବି ଚଳଚ୍ଚିତ୍ରର ସଫଳତା ସାମ୍ନାରେ ସେସବୁ ନଗଣ୍ୟ ହୋଇ ଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଏପରି ଭୁଲ୍‌ ପ୍ରାୟ ଅଧିକାଂଶ ଦର୍ଶକଙ୍କର ଏକ ପ୍ରିୟ ଦୃଶ୍ୟରେ ଦେଖିବାକୁ ମିଳିଛି। ଯଦିଓ କେହି ତାହାକୁ ଧରିପାରିନାହାନ୍ତି।

ଆପଣଙ୍କର ମନେ ଥିବ ନିଶ୍ଚୟ ଚଳଚ୍ଚିତ୍ରରେ ଏପରି ଏକ ଦୃଶ୍ୟ ରହିଛି। ରାଜା ଭଲ୍ଳାଲଦେବଙ୍କ ରାଜ ଦରବାରକୁ ବନ୍ଧା ହୋଇ ଆସୁଛନ୍ତି ବାହୁବଳୀଙ୍କ ଧର୍ମପତ୍ନୀ ଦେବସେନା। ତାଙ୍କୁ ଜଣେ ଜଗୁଆଳୀଙ୍କ ହାତ କାଟି ଦେଇଥିବା ଅଭିଯୋଗରେ ଦରବାରରେ ଛିଡ଼ା କରାଯାଇଥାଏ। ସେତିକିବେଳେ ଦରବାରକୁ ଆସନ୍ତି ବାହୁବଳୀ। ପତ୍ନୀଙ୍କ ମୁହଁରୁ ଶୁଣନ୍ତି ଯେ ଜଗୁଆଳୀ ଜଣକ ଅଶାଳୀନ ଭାବେ ମହିଳାଙ୍କ ସ୍ପର୍ଶ କରୁଥିଲେ। ସେତିକି ବେଳେ ବାହୁବଳୀ ଚିତ୍କାର କରି କୁହନ୍ତ, ମହିଳାଙ୍କ ଉପରକୁ ହାତ ଉଠାଉଥିବା ପୁରୁଷର ହାତ ନୁହେଁ, ଗଳା କାଟିଦେବା ଉଚିତ। ଆଉ ସେତିକିବେଳେ ସେ ଜଗୁଆଳୀର ଗଳା କାଟିଦିଅନ୍ତି। ଏହି ଦୃଶ୍ୟ ପ୍ରାୟ ଅଧିକାଂଶ ଦର୍ଶକଙ୍କ ପ୍ରିୟ। ମାତ୍ର ସେଥିରେ ରହିଛି ଏକ ମସ୍ତବଡ଼ ଭୁଲ୍‌। ଭୁଲ୍‌ଟି ହେଉଛି ଗଳା କାଟିବା ସତ୍ତ୍ୱେ ପି ଟୋପାଏ ବି ରକ୍ତ ଭୂଇଁରେ ପଡ଼ିଥିବାର ଦେଖିବାକୁ ମିଳିନାହିଁ।

publive-image

କେବଳ ଦ୍ୱିତୀୟ ଭାଗରେ ନୁହେଁ, ଚଳଚ୍ଚିତ୍ରର ପ୍ରଥମ ଭାଗରେ ବି ଏହି ଭଳି ତ୍ରୁଟି ଅନୁଭୂତ ହୋଇଛି। ପ୍ରଥମ ଭାଗରେ ଦେଖିବାକୁ ମିଳିଛି ଭଲ୍ଲାଲଦେବଙ୍କୁ ଜଳାଇବା ପାଇଁ ଦେବସେନା କାଠି ସଂଗ୍ରହ କରି ଗୋଟାଏ ସ୍ଥାନରେ ରଖୁଛନ୍ତି। ଯଦିଓ ବାସ୍ତବ କଥା ହେଲା ଦେବସେନା ଯେଉଁଠି ବନ୍ଦୀ ହୋଇ ରହୁଥିଲେ ସେଠାରେ କୌଣସି ଗଛ ନଥିଲା। ତେବେ ଏତେ କାଠି ସେ କୋଉଠୁ ଆଣି ସଂଗ୍ରହ କରିଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe