ରାମୋଜୀ ଫିଲ୍ମସିଟି ଆଣିଦେଇଛି ଆପଣମାନଙ୍କ ପାଇଁ ଏକ ନିଆରା ଅନୁଭୂତି। ଅତି ନିକଟରୁ ଅନୁଭବ କରିପାରିବେ ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ର ସୁନ୍ଦର ତଥା ମନୋଲୋଭା ସେଟ୍ର ଦୃଶ୍ୟକୁ। ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିରେ ଏ ସ୍ୱତନ୍ତ୍ର ସୁଯୋଗ ଉପଲବ୍ଧ। ଦଶହରା ଓ ଦୀପାବଳିର ନିଆରା କାର୍ଯ୍ୟକ୍ରମ ସହିତ ରାମୋଜୀ ଫିଲ୍ମସିଟି ନେଇ ଆସିଛି ଏ ସୁନ୍ଦର ସୁଯୋଗ। ସୁଟିଂ ସମୟରେ ଦୀର୍ଘଦିନ ଧରି ଯାହା ସୁରକ୍ଷାବଳୟ ମଧ୍ୟରେ ଗୋପନ ରଖାଯାଇଥିଲା, ଏବେ ସେହି ରହସ୍ୟର ଉନ୍ମୋଚନ ହୋଇଛି। ଏହା ସହିତ ଆହୁରି ଅଛି ନିଆରା ମନୋରଞ୍ଜନ, ବର୍ଣ୍ଣାଢ୍ୟ କାର୍ନିଭାଲ୍ ପରେଡ୍ ଓ ଅବସର ବିନୋଦନର ବିବିଧ ବିଭବ। ବଲିଉଡ୍ ଡ୍ୟାନ୍ସ ସୋ, ଭାଙ୍ଗଡ଼ା, ଦାଣ୍ଡିଆ ନାଚ ଏବଂ ପଞ୍ଜାବୀ ଢୋଲର ତାଳେ ତାଳେ ପର୍ଯ୍ୟଟକ ଏସବୁର ମଜା ନେଇପାରିବେ। ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳାରେ ଜୋକରଙ୍କ ମେଳ ଓ ଯାଦୁକରଙ୍କ ଖେଳ ଭିତରେ ରାମୋଜୀ ଫିଲ୍ମସିଟିରେ ବେଳ ବିତାଇବେ ପର୍ଯ୍ୟଟକ।
ରାମୋଜୀ ଫିଲ୍ମସିଟି ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ରହଣି ପ୍ୟାକେଜ୍ର ସୁବିଧା ମଧ୍ୟ ଉପଲବ୍ଧ। ଆପଣ ramojifilmcity.com େଓ୍ଵବ୍ସାଇଟ୍ରୁ ସବିଶେଷ ବିବରଣୀ ପାଇପାରିବେ।
ରାମୋଜୀ ଫିଲ୍ମସିଟିରେ ବାହୁବଳୀ ସାମ୍ରାଜ୍ୟ
Advertisment
Follow Us