The Hans India
ଅଭିନେତା ପ୍ରଭାସଙ୍କ ପାଇଁ ୬ ଜୁଲାଇ ବିଶେଷ ମହତ୍ତ୍ବ ରଖୁଛି। ‘ବାହୁବଳୀ’ ସିନେମାକୁ ୭ ବର୍ଷ ପୂରିଥିବା ବେଳେ ୨୦୧୩ ଜୁଲାଇ ୬ରେ ଏହାର ପ୍ରଥମ ସୁଟିଂ ହୋଇଥିଲା। ସୁଟିଂ ସମୟରେ ଏହା ଦେଖିବାକୁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା। ବାହୁବଳୀର ୨ଟିଯାକ ଫିଲ୍ମ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଭଲ ରୋଜଗାର କରିବା ସହ ସମସ୍ତ ରେକର୍ଡ ଭାଙ୍ଗିଥିଲା। ପ୍ରଥମ ଭାଗର ସଫଳତା ପରେ ଦ୍ବିତୀୟ ଭାଗ ଦେଖିବାକୁ ଅନେକ ଉତ୍ସୁକ ହୋଇ ଚାହିଁ ରହିଥିଲେ। ଦ୍ବିତୀୟ ଭାଗ ନିର୍ମାଣ ସହ ‘କଟ୍ଟପା ବାହୁବଳୀକୁ କାହିଁକି ମାରିଲା? ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦର୍ଶକଙ୍କୁ ଏମିତି ବାଧ୍ୟ କଲା ଯେ ଦର୍ଶକ ମାସେ ଆଗରୁ ଟିକେଟ୍ ବୁକିଂ କରିନେଇଥିଲେ।
Follow Us