ଫ୍ୟାନ୍‌ଙ୍କୁ ବାହୁବଳୀଙ୍କ ସର୍‌ପ୍ରାଇଜ୍‌!

ଫ୍ୟାନ୍‌ଙ୍କୁ ବାହୁବଳୀଙ୍କ ସର୍‌ପ୍ରାଇଜ୍‌!

ଚଳଚ୍ଚିତ୍ରରେ ବାହୁବଳୀ ଜଣେ ସ୍ନେହୀ ବ୍ୟକ୍ତିତ୍ୱ ଭାବେ ଦେଖିବାକୁ ମିଳିଥିଲେ। ବାସ୍ତବ ଜୀବନରେ ମଧ୍ୟ ଠିକ୍‌ ତାଙ୍କ ବ୍ୟକ୍ତିିତ୍ୱ ସେହିପରି। ଆପଣ ହୁଏତ ଜାଣି ନଥିବେ ବାହୁବଳୀର ଅଭିନେତା ପ୍ରଭାସ ତାଙ୍କର ଫ୍ୟାନ୍‌ମାନଙ୍କୂ ଖୁବ୍‌ ଶ୍ରଦ୍ଧା କରନ୍ତି। ନିଜ ପ୍ରଶଂସକଙ୍କ ସହ ଥିବା ସ୍ୱତନ୍ତ୍ର ସଂପର୍କ ବିଷୟରେ ଖୁଲାସା କରିଛନ୍ତି ପ୍ରଭାସ।

publive-image

ଏଠାରେ ଜାଣି ରଖନ୍ତୁ ଯେ ଆଗାମୀ ୨୩ ଅକ୍ଟୋବରରେ ପ୍ରଭାସ ପାଳନ କରିବେ ୩୮ତମ ଜନ୍ମ ଦିବସ। ଏହାପୂର୍ବରୁ ତାଙ୍କର ପ୍ରଶଂସକମାନେ ତାଙ୍କ ଜନ୍ମଦିନରେ ସରପ୍ରାଇଜର ପ୍ଲାନିଂ କରିବା ପୂର୍ବରୁ ପ୍ରଭାସ ନିଜର ପ୍ରଶଂସକଙ୍କ ଓ ଦର୍ଶକଙ୍କ ପାଇଁ ସ୍ପେଶାଲ ରିଟର୍ଣ୍ଣ ଗିଫ୍‌ଟ ପ୍ରସ୍ତୁତ କରିଛନ୍ତି ବୋଲି ରିପୋର୍ଟ ମିଳିଛି।

publive-image

ଏହି ଖାସ୍‌ ସରପ୍ରାଇଜର ଖୁଲାସା ପ୍ରଭାସ ସୋସିଆଲ୍‌ ମିଡିଆରେ କରିବେ। ଶୁଣିବାକୁ ମିଳୁଛି ଅଭିନେତା ପ୍ରଭାସ ନିଜର ପ୍ରଶଂସକଙ୍କୁ ସରପ୍ରାଇଜ ଦେବା ପାଇଁ ନିଜର ଜନ୍ମଦିନ ଅବସରରେ ନିଜର ଆଗାମୀ ଫିଲ୍ମ ‘ସାହୋ’ର ପ୍ରଥମ ଲୁକ୍‌ ଜାରି କରିପାରନ୍ତି। ସାହୋ , ଭବିଷ୍ୟକୁ ଦର୍ଶାଉଥିବା ଆଡଭେଂଚର ଫ୍ୟାଣ୍ଟାସି ଫିଲ୍ମ ଅଟେ। ଯେଉଁଥିରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଶ୍ରଦ୍ଧା କପୁର ଅନେକ ଦିନ ଧରି ହାଇଦ୍ରାବାଦ ବ୍ୟତୀତ ଅନେକ ଫରେନ୍‌ ଲୋକେସନରେ ମଧ୍ୟ ଫିଲ୍ମର ସୁଟିଂ ରେ ବ୍ୟସ୍ତ ଅଛନ୍ତି। ସାହୋ, ଦ୍ୱିଭାଷୀୟ ଫିଲ୍ମ ଅଟେ। ଯାହା ତେଲୁଗୁ ବ୍ୟତୀତ ହିନ୍ଦୀରେ ମଧ୍ୟ ରିଲିଜ ହେବ।

publive-image

ଉଲ୍ଲେଖଯୋଗ୍ୟ, ଏହି ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ ନିତିନ୍‌ ମିକେଶ , ଜ୍ୟାକି ଶ୍ରଫ୍‌, ଚଙ୍କି ପାଣ୍ଡେ ଓ ମନ୍ଦିରା ବେଦୀ ମଧ୍ୟ ଅଛନ୍ତି। ରାଜାମୌଳୀଙ୍କର ଫିଲ୍ମ ‘ବାହୁବଳୀ’ ପାଇଁ ପ୍ରଭାସ ପାଖାପାଖି ୫ବର୍ଷ ସମୟ ଦେଇଥିଲେ। ଏହି ଫିଲ୍ମରେ ନିଜର ଭୂମିକାକୁ ଉଚିତ ନ୍ୟାୟ ଦେବାକୁ ପ୍ରଭାସ ଖୁବ୍‌ ଟ୍ରେନିଂ ନେଇଥିଲେ। ଏହା ସହ ଷ୍ଟ୍ରିକ୍ଟ ଡାଏଟ୍‌ ମଧ୍ୟ କରିଥିଲେ। ଯାହାକି ଅମରେନ୍ଦ୍ର ବାହୁବଳୀର ପରଫେକ୍ଟ ଲୁକ୍‌ ସହ ମିଶିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe