ଏପ୍ରିଲ ପହିଲା ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ‘ବନ୍ଦେ ଉତ୍କଳ ଜନନୀ’

ଏପ୍ରିଲ ପହିଲା ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ‘ବନ୍ଦେ ଉତ୍କଳ ଜନନୀ’

ଓଡ଼ିଆ ସାହିତ୍ୟ ଜଗତର ଶ୍ରେଷ୍ଠ ସାଧକମାନଙ୍କ ଜୀବନ କାହାଣୀ ଏବେ ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କାରେ ପ୍ରସାରିତ ହେବାକୁ ଯାଉଛି। ଏପ୍ରିଲ ପହିଲା ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକମାନଙ୍କୁ ନେଇ ଏବେ ଗବେଷଣାତ୍ମକ ଜୀବନ କାହାଣୀକୁ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରଣ କରିବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି।

ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟିକ, କବି ଓ ଗାଳ୍ପିକଙ୍କ ଆତ୍ମଜୀବନୀକୁ ପରଦାରେ ଦେଖାଇବା ପାଇଁ ବେଶ୍ କସରତ କରିବାକୁ ପଡ଼ିଛି। ବିଶ୍ବର କୋଣ ଅନୁକୋଣରେ ଥିବା ଦର୍ଶକମାନେ ଓଡ଼ିଆ ସାହିତ୍ୟର ଏହି ମହାରଥୀ ଯଥା ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ ଦେଖିପାରିବେ। ଏହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ହରପ୍ରସାଦ ଦାସ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଏହାର ନିର୍ମାତାମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe