ଅନେକଦିନରୁ ପରିଚୟ ଲୁଚାଇ ଭଡ଼ା ଘ‌ରେ ରହୁଥିବା ଅଭିନେତ୍ରୀଙ୍କୁ ଗିରଫ କଲା ପୁଲିସ

କୋଲକାତାର ଯାଦବପୁରରୁ ଜଣେ ବାଂଲାଦେଶୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିନେତ୍ରୀଙ୍କ ନାମ ଶାନ୍ତା ପାଉଲ ବୟସ ୨୮ବର୍ଷ ଥିବା ଜଣାପଡ଼ିଛି। ଶାନ୍ତା ଅନେକ ଦିନ ହେବ ପରିଚୟ ଲୁଚାଇ ଯାଦବପୁରର ବିଜୟଗଡ଼ରେ ଏକ ଭଡ଼ା ଘରେ ବସବାସ କରୁଥିଲେ।

New Project (12)

ନୂଆଦିଲ୍ଲୀ: କୋଲକାତାର ଯାଦବପୁରରୁ ଜଣେ ବାଂଲାଦେଶୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିନେତ୍ରୀଙ୍କ ନାମ ଶାନ୍ତା ପାଉଲ ବୟସ ୨୮ବର୍ଷ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିନେତ୍ରୀ ଶାନ୍ତା ପାଉଲ ଅନେକ ବର୍ଷ ହେବ ନିଜର ପରିଚୟ ଲୁଚାଇ ଭାରତରେ ବାସବାସ କରୁଥିଲେ। ଚଢ଼ାଉ ସମୟରେ ତାଙ୍କଠାରୁ ନକଲି ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ର ମଧ୍ୟ ଉଦ୍ଧାର କରାଯାଇଛି। 

ପାଉଲ ତାଙ୍କ କ୍ୟାରିୟରରେ ବାଂଲାଦେଶରେ ଅନେକ ମଡେଲିଂ ପ୍ରତିଯୋଗିତା ଜିତିଛନ୍ତି। ୨୦୨୩ ମସିହାରୁ ସେ ଯାଦବପୁରର ବିଜୟଗଡ଼ରେ ଏକ ଭଡ଼ା ଘରେ ବସବାସ କରୁଥିଲେ। ବିଶେଷ ସୂତ୍ରରୁ ଅଭିନେତ୍ରୀଙ୍କ ନକଲି ପରିଚୟ ବିଷୟରେ ଖବର ପାଇବା ପରେ ପାର୍କ ଷ୍ଟ୍ରିଟ୍ ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।

ପୁଲିସ ଶାନ୍ତା ପାଉଲଙ୍କୁ ଗିରଫ କରିବା ସହିତ ତାଙ୍କ ଘର ମଧ୍ୟ ଯାଞ୍ଚ କରିଛି। ଯାଞ୍ଚ ସମୟରେ ଅନେକ ବାଂଲାଦେଶୀ ଡକ୍ୟୁମେଣ୍ଟ ଶାନ୍ତା ପାଉଲଙ୍କ ଘରୁ ମିଳିଛି। ଜବତ ଦସ୍ତାବିଜ ମଧ୍ୟରେ  ବାଂଲାଦେଶୀ ମାଧ୍ୟମିକ ପରୀକ୍ଷାର ପ୍ରବେଶ ପତ୍ର, ବାଂଲାଦେଶ ଏୟାରଲାଇନ୍ସ ପରିଚୟପତ୍ର ଅନ୍ତର୍ଭୁକ୍ତ ରହିଛି। ଏହାଛଡ଼ା ଶାନ୍ତା ପାଉଙ୍କ ନିକଟରୁ ଦୁଇଟି ଆଧାର କାର୍ଡ ମିଳିଛି। ଗୋଟିଏ ଠିକଣା କୋଲକାତା ଏବଂ ଅନ୍ୟଟି ବର୍ଦ୍ଧମାନର ରହିଛି। 

ଗିରଫ ପରେ ଶାନ୍ତା ପାଉଲ ଭାରତୀୟ ପରିଚୟପତ୍ର ସମ୍ପର୍କରେ ଯାହାବି ତଥ୍ୟ ଦେଉଛନ୍ତି ତାହା କୌଣସି ପ୍ରକାରେ ସନ୍ତୋଷଜନକ ଉତ୍ତର ନୁହେଁ। ସେ ଅନେକ କିଛି ଲୁଚାଉଥିବା ସନ୍ଦେହ କରାଯାଉଛି । ତେବେ ଅଭିନେତ୍ରୀଙ୍କ ଏହି ନକଲି ପରିଚୟ ପଛରେ  ଏକ ବଡ଼ ରାକେଟ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ଶାନ୍ତାଙ୍କ ଘରୁ ଜବତ ହୋଇଥିବା ତାଙ୍କ ଡକ୍ୟୁମେଣ୍ଟଗୁଡ଼ିକ କିପରି ତିଆରି ହୋଇଥିଲା ଏବଂ ସେଗୁଡ଼ିକୁ ତିଆରି କରିବା ପାଇଁ କେଉଁ ଡକ୍ୟୁମେଣ୍ଟ ଦାଖଲ କରାଯାଇଥିଲା  ସେନେଇ ପୁଲିସ କଡ଼ାକଡ଼ି ଭାବେ ଯାଞ୍ଚ ଜାରି ରଖିଛି। ଏଥିସହିତ ଶାନ୍ତଙ୍କ ସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ଦିଗରେ ବି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe