କଳ୍ପନା ଚାୱଲା ଚରିତ୍ରରେ ଅଭିନୟ ଚାହାନ୍ତି ବାଣୀ କପୁର୍‌

Advertisment
କଳ୍ପନା ଚାୱଲା ଚରିତ୍ରରେ ଅଭିନୟ ଚାହାନ୍ତି ବାଣୀ କପୁର୍‌

Koimoi

ଅଭିନେତ୍ରୀ ବାଣୀ କପୁର ମହାକାଶଚାରୀ କଳ୍ପନା ଚାୱଲା ଚରିତ୍ରରେ ଅଭିନୟ କରିବା ପାଇଁ ଚାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଦୁନିଆରେ ମହିଳାମାନେ ଓ ମହାକାଶଚାରୀ ହେବାକୁ ସ୍ବପ୍ନ ଦେଖୁଥିବା କୌଣସି ବି ବ୍ୟକ୍ତିଙ୍କ ପାଇଁ କଳ୍ପନା ଜଣେ ଆଦର୍ଶ। ସେ ଏକ ପ୍ରେରଣା। ତେଣୁ ନିଶ୍ଚିତ ଭାବେ ତାଙ୍କ ସମ୍ପର୍କିତ କାହାଣୀ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ମୁଁ ଯଦି କଳ୍ପନାଙ୍କ ଚରିତ୍ରରେ ଅଭିନୟ କରିପାରିଲି, ତେବେ ଏହା ମୋ ପାଇଁ ବହୁତ ସମ୍ମାନଜନକ କଥା ହେବ ବୋଲି ବାଣୀ କହିଛନ୍ତି। ଏକଥା ମଧ୍ୟ କହିଛନ୍ତି, ଜଣେ କଳାକାର ଭାବେ ସେ କୌଣସି ବି ବିପଦକୁ ସାମ୍ନା କରିବାକୁ ପସନ୍ଦ କରିବେ। ମତେ ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିବା ବ‌େଳେ ମୁଁ ସେ ସବୁକୁ ବେଶ୍‌ ଉପଭୋଗ କରି ଆସିଛି ବୋଲି ବାଣୀ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe