ବନିତାଙ୍କ ଘରବାହୁଡ଼ା

Advertisment
ବନିତାଙ୍କ ଘରବାହୁଡ଼ା

ନିର୍ଦ୍ଦେଶକ ସୁଜିତ ସିର୍କାର ପୁଣି ଅଭିନେତ୍ରୀ ବନିତା ସାନ୍ଧୁଙ୍କୁ ବଡ଼ପରଦାକୁ ଫେରାଇଛନ୍ତି। ସର୍ଦ୍ଦାର ଉଦ୍ଦାମ ସିଂହଙ୍କର ଜଣେ ପଞ୍ଜାବୀ ବାନ୍ଧବୀ ଥିଲେ ଯାହାର ନାଁ ରେଶମା। ଅବଶ୍ୟ କିଛିଦିନର ବନ୍ଧୁତା ପରେ ସେ ଉଦ୍ଧାମଙ୍କଠାରୁ ଦୂରେଇ ଯାଇଥିଲେ। ଜାଲିୱାନାୱାଲାବାଗରେ ବ୍ରିଟିଶଙ୍କ ଦ୍ବାରା ଉଦ୍ଦାମଙ୍କ ହତ୍ୟା ଆଜି ବି ରହସ୍ୟ ଘେରରେ ରହିଛି। ତେବେ ବି ସିର୍କାର ଏହର ସତ୍ୟ ଉନ୍ମୋଚନ କରିବାକୁ ପ୍ରୟାସ କରିଛନ୍ତି। ବରୁନ୍ ଧାୱନଙ୍କ ବିପକ୍ଷର ନାୟିକା ସାଜିଥିବା ବନିତା ସା‌ନ୍ଧୁ ଉଦ୍ଦାମଙ୍କ ବାନ୍ଧବୀ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏହା ସିର୍କାରଙ୍କୁ ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ସିକୁଏନ୍ସ ପାଇଁ ଖୋରାକ୍ ଯୋଗାଇଛି।

ବ୍ରିଟିଶ୍ ଭୂଖଣ୍ଡରେ ଜନ୍ମ ହେଇଥିଲେ ବି ବନିତା ଭାରତୀୟ ବଂଶୋଦ୍ଭବ। ଏବେ ସେ ଜଣେ ପଞ୍ଜାବୀ ଝିଅ ଭୂମିକାରେ ଅଭିନୟ କରିବା ଇଣ୍ଡଷ୍ଟ୍ରି ଲୋକଙ୍କୁ ଚିକିତ କରିଛି। ବନିତା ହିନ୍ଦୀ କହିବେ ନା ପଞ୍ଜାବୀ ଭାଷାରେ କଥା କହିବେ ଏହାକୁ ନେଇ ନିର୍ଦ୍ଦେଶକ ସିର୍କାର ଅଡ଼ୁଆରେ ପଡ଼ିଛନ୍ତି। ଅତୀତରେ ତାମିଲ ଚଳଚ୍ଚିତ୍ର ‘ଅଜୁନ ରେଡ୍ଡୀ’ରେ ଅଭିନୟ କରିବା ବେଳେ ବନିତା ସମାନ ସମସ୍ୟାର ସମ୍ମୁଖୀନ ହେଇଥିଲେ। ଏଥିରୁ ଜଣାପଡ଼ୁଛି ବନିତା ଯେଉଁ ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୁଅନ୍ତୁ ସେ ସିନା ଅଭିନୟ କରିବେ, କିନ୍ତୁ ତାଙ୍କ ପାଇଁ ବଲିଉଡ୍ ହେଉ ବା ଅଞ୍ଚଳିକ ସିନେ ଇଣ୍ଡଷ୍ଟ୍ରିର ପଫେସନାଲମାନେ ଭଏସ୍ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe