କଣ୍ଠସ୍ବର ହରାଇଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାପି ଲାହିରି

Advertisment
କଣ୍ଠସ୍ବର ହରାଇଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାପି ଲାହିରି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ବାପି ଲାହିରି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖି ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସୂଚନା ମୁତାବକ, ସୋସିଆଲ ମିଡିଆରେ ବାପି ଲାହିରି ନିଜର କଣ୍ଠସ୍ବର ହରାଇବସିଥିବା ଖବର ଭାଇରାଲ ହେବାରେ ଲାଗିଥିଲା। ବାପି ଲାହିରି କଣ୍ଠସ୍ବର ହରାଇବସିବା ସହ ସେ ଏବେ ଆଉ ଗୀତ ଗାଇପାରିବେ ନାହିଁ ବୋଲି ଚର୍ଚ୍ଚା ହେବା ପରେ ଏବେ ସେ ଏହି ଖବର ମିଛ ବୋଲି କହିଛନ୍ତି। ନିଜ ଇନଷ୍ଟା ପୋଷ୍ଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଇଛନ୍ତି।

publive-image

ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୋ ବିଷୟରେ ଏବଂ ମୋ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ରିପୋର୍ଟ ବାହାର କରୁଥିବା କିଛି ଗଣମାଧ୍ୟମ ବିଷୟରେ ଜାଣିବାକୁ ପାଇ ମୁଁ ଦୁଃଖିତ। ମୋର ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦରେ ମୁଁ ଭଲ ଅଛି - ବାପିଦା। " ତାଙ୍କର ସ୍ପଷ୍ଟୀକରଣ ପରେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବର ଅବସାନ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe