ଛାଡ଼ପତ୍ରର ୩ବର୍ଷ ପରେ କାରଣ ଜଣାଇଲେ ଅଭିନେତ୍ରୀ ବରଖା

୧୪ବର୍ଷର ବିବାହ ପରେ ଅଭିନେତ୍ରୀ ବରଖା ବିଷ୍ଟ ଏବଂ ଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତା ୨୦୨୨ରେ ଅଲଗା ହୋଇଥିଲେ। ଚର୍ଚ୍ଚା ହୋଇଥିଲା ଯେ, ଇନ୍ଦ୍ରନୀଲ, ବେଙ୍ଗଲୀ ଅଭିନେତ୍ରୀ ଇଶା ଶାହଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ବରଖାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ୩ବର୍ଷ ପରେ ଛାଡ଼ପତ୍ର ପଛର କାରଣ ଜଣାଇଛନ୍ତି ବରଖା।

bollywoodshaadis

ମୁମ୍ବାଇ: ୧୪ବର୍ଷର ବିବାହ ପରେ ଅଭିନେତ୍ରୀ ବରଖା ବିଷ୍ଟ ଏବଂ ଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତା ୨୦୨୨ରେ ଅଲଗା ହୋଇଥିଲେ। ଚର୍ଚ୍ଚା ହୋଇଥିଲା ଯେ, ଇନ୍ଦ୍ରନୀଲ, ବେଙ୍ଗଲୀ ଅଭିନେତ୍ରୀ ଇଶା ଶାହଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ବରଖାଙ୍କୁ ଛାଡ଼ପତ୍ର ଦେଇଥିଲେ। ସେ ସମୟରେ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ତିନି ବର୍ଷ ପରେ, ବରଖା ଛାଡ଼ପତ୍ରର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁଁ ବିବାହକୁ ବଞ୍ଚାଇବାକୁ ଚାହୁଁଥିଲି, ହେଲେ ଇନ୍ଦ୍ରନୀଲ ଚାହୁନଥିଲେ। ସେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। 

ତାଙ୍କ କହିବା ମୁତାବକ, "ଛାଡ଼ପତ୍ର ନେବା ଇନ୍ଦ୍ରନୀଲଙ୍କ ନିଷ୍ପତ୍ତି ଥିଲା। ଯଦି ଏହା ମୋ ହାତରେ ଥାଆନ୍ତା, ତେବେ ମୁଁ ଏବେ ବି ବିବାହିତ ଥାନ୍ତି। ଆମର ଏକ ଭଲ ବୈବାହିକ ଜୀବନ ଥିଲା।  ହେଲେ ସମୟ ସହ ସବୁ ବଦଳିଗଲା । ବିଶ୍ୱାସଘାତ, ପ୍ରତାରଣା, ପ୍ରେମ କମ ହୋଇଯିବା, ଏସବୁ ଘଟେ। ହେଲେ ଏସବୁ ହେବା ପରେ ଜଣେ କିଭଳି ନିଜ ସମ୍ପର୍କକୁ ବଞ୍ଚାଇ ରଖିବା, ଏହା ତା’ ଉପରେ ନିର୍ଭର କରେ। ଇନ୍ଦ୍ରନୀଲ ଆମ ସମ୍ପର୍କକୁ ବଞ୍ଚାଇବା ପାଇଁ କିଛି ବି କରିନଥିଲେ। ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣି ବି ମୁଁ ତାଙ୍କୁ କ୍ଷମା କରିଦେଇଥିଲି। ୨ବର୍ଷ ପର୍ଯ୍ୟନ୍ତ ମୁଁ ଆମ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା ବି କରିଥିଲି। ହେଲେ ୨୦୨୨ରେ ଆମେ ଅଲଗା ହେଲୁ, କ‌ାରଣ ସେ ଏହା ଚାହୁଥିଲେ।"

Barkha Bisht | Indraneil Sengupta | divorce 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe