ବର୍ଷା, ଅର୍ଚ୍ଚିତାଙ୍କ କ୍ଷେତ୍ରରେ ଦୁଇ ବର୍ଷ ହେଲା ଘଟିଛି ସମାନ କଥା, ଜାଣନ୍ତୁ କଥା କ’ଣ

Advertisment
ବର୍ଷା, ଅର୍ଚ୍ଚିତାଙ୍କ କ୍ଷେତ୍ରରେ ଦୁଇ ବର୍ଷ ହେଲା ଘଟିଛି ସମାନ କଥା, ଜାଣନ୍ତୁ କଥା କ’ଣ

ଭୁବନେଶ୍ୱର: ଆରମ୍ଭ ହେଲା ହିସାବନିକାଶ । ୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡର ଅନ୍ୟ କେତେଜଣ ଲୋକପ୍ରିୟ ନାୟକଙ୍କୁ ଏଥର ପରଦା ଉପରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ସେମାନେ ନିଜର ମନପସନ୍ଦ ନାୟିକାଙ୍କ ଗତ ଛଅ ମାସ ଭିତରେ କୌଣସି ଓଡ଼ିଆ ସିନେମାରେ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏଥର ଓଲିଉଡର ଅଧିକାଂଶ ତିନି ଟପ୍‌ ନାୟିକାଙ୍କୁ ପ୍ରଥମ ଛଅମାସ ଭିତରେ ରିଲିଜ୍‌ ହୋଇଥିବା ସିନେମାରେ ଦେଖିବାକୁ ମିଳି ନାହିଁ। ପ୍ରଥମ କଥା ହେଲା ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତାଙ୍କର ଗୋଟିଏ ବି ସିନେମା ରିଲିଜ୍‌ ହୋଇ ନାହିଁ। ଏଦୁହିଁଙ୍କୁ ଗତ ବର୍ଷର ପ୍ରଥମାର୍ଦ୍ଧରେ ବି ଦେଖିବାକୁ ମିଳିନ ଥିଲା।

publive-image

ଆଉ ଜଣେ ନାମୀ ନାୟିକା ହେଲେ ଅନୁ ଚୌଧୁରୀ ଯାହାଙ୍କର ଗତବର୍ଷ ଭଳି ଏବର୍ଷର ପ୍ରଥମାର୍ଦ୍ଧରେ ବି କୌଣସି ଓଡ଼ିଆ ଛବି ରିଲିଜ୍‌ ହୋଇନଥିଲା।ଅନ୍ୟ ଜଣାଶୁଣା ନାୟିକାଙ୍କ ମଧ୍ୟରେ ଭୂମିକା,ଅନୁଭା,ପିଙ୍କି ପ୍ରିୟଦର୍ଶିନୀ ଓ ସନମୀରା ବି ଏଥର କୌଣସି ସିନେମାରେ ନଜର ଆସି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe