ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ

Advertisment
ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଗତ ବର୍ଷ ଓଲିଉଡ ହିରୋଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦର୍ଶକ ‘ରୋମିଓ ଜୁଲିଏଟ୍‌’ ସିନେମାରେ ଦେଖିବାକୁ ପାଇଥିିଲେ। ହେଲେ ତା’ପରେ ସେ ପ୍ରାୟ ଦଶ ମାସ ହେବ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରି ନଥିଲେ। ଏହାକୁ ନେଇ ଆଶଙ୍କାରେ ଥିଲେ ବର୍ଷାଙ୍କ ଫ୍ୟାନମାନେ।

ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର । ସେ ଓଲିଉଡକୁ ଫେରିଛନ୍ତି। ହଁ ସେ ଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି। ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା ‘ନିମ୍‌କି’। ଏହି ସିନେମାଟି ଏକ ନାରୀ କୈନ୍ଦ୍ରିକ କାହାଣୀ ଉପରେ ଆଧାରିତ ବୋଲି ଜଣାଯାଇଛି। ଆଗରୁ ବର୍ଷା ମଧ୍ୟ ଅନେକ ମହିଳା ପ୍ରଧାନ ଫିଲ୍ମରେ କାମ କରିଛନ୍ତି। ହେଲେ ‘ନିମକି’ର କାହାଣୀ ଓ ବର୍ଷାଙ୍କ ଚରିତ୍ର ଟି ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି। ଏହା ଏକ କଳାତ୍ମକ ସିନେମା ବୋଲି ଜଣାଯାଇଛି। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି।

publive-image
ବର୍ଷା ଓଲିଉଡ୍‌ରେ ପ୍ରଥମେ ଶିଶୁ କଳାକାର ଭାବେ ଏଷ୍ଟ୍ରି ନେଇଥିିଲେ। ପରେ ସେ ନାୟିକା ବନିଥିଲେ। ବର୍ଷାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଏ ଯୁଗର କୃଷ୍ଣ ସୁଦାମା’ ବିଜୟ କୁମାର ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଇତିଲେ ସୂରଜ କୁମାର। ଏହି ସିନେମା ୨୦୦୩ରେ ରିଲିଜ୍‌ ହୋଇଥିଲା। ୨୦୦୩ରୁ ୨୦୧୮ ଦୀର୍ଘ ପନ୍ଦର ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe