ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ

ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ

ଏଇ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ସାଜିଥିବା ବର୍ଷା ପ୍ରିୟଦର୍ଶିନୀ କହନ୍ତି, ‘ମୁଁ ଜଣେ ସ୍ୱାଭିମାନୀ ଓଡ଼ିଆ ଝିଅ। ମୋ ମା’ ମାଟି, ପରମ୍ପରା ଓ ଚଳଣିକୁ ନେଇ ମୁଁ ଗର୍ବିତ। ଓଡ଼ିଶାର ଏତେ ଇତିହାସ, କଳାକୀର୍ତ୍ତି ଅଛି ଅଥଚ ଆମେ ଏହାକୁ ନେଇ ଚଳଚ୍ଚିତ୍ରର କାହାଣୀ କରିବୁ ନାହିଁ କାହିଁକି? ଚଳଚ୍ଚିତ୍ର ‘ନିମ୍‌କି’ର କାହାଣୀର ପୃଷ୍ଠଭୂମିରୁ ଅନୁସିଦ୍ଧାନ୍ତ ପର୍ଯ୍ୟନ୍ତ ମୋତେ ପାଖାପାଖି ଦୁଇବର୍ଷ ଲାଗିଥିଲା। ଏହା ମୋ ସ୍ୱପ୍ନର ସିନେମା ଆଉ ଭଲ ସିନେମା। ଏ ଚଳଚ୍ଚିତ୍ରଟି ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ।’

publive-image

କାହାଣୀ ପରିକଳ୍ପନା ବର୍ଷା ପ୍ରିୟଦର୍ଶିନୀ ଏବଂ ସଂଳାପ ଲେଖିଛନ୍ତି ଦିଲୀପ୍‌ ଚୌଧୁରୀ। ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ପ୍ରେମ୍‌ ଆନନ୍ଦ ଏବଂ ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ପ୍ରିଲ୍ୟୁଟ୍‌ ପ୍ରଡକ୍ସନ, କୁନା ମଙ୍ଗରାଜ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ର ଚଳିତମାସ ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ ଏଥିରେ ନିଜର ଶତପ୍ରତିଶତ ଦକ୍ଷତା ଓ କ୍ଷମତାର ଉପଯୋଗ କରିଛନ୍ତି ବୋଲି କହିଛନ୍ତି ବର୍ଷା। ବର୍ଷାଙ୍କ ବ୍ୟତୀତ ଏଥିରେ ଅଶ୍ରୁମୋଚନ, ତୃପ୍ତି ସିହ୍ନା ଏବଂ ହାସ୍ୟାଭିନେତା ପ୍ରଜ୍ଞା ପ୍ରମୁଖ କଳାକାର ଅଛନ୍ତି। ଶୁଣାଯାଉଛି ପ୍ରିମିୟର ସୋ’ରେ ମୁମ୍ବାଇର ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe