ଏହି ଓଡ଼ିଆ ସିନେମାରେ ଅତିଥି କଳାକାର ବନିଥିଲେ ବର୍ଷା ପ୍ରିୟଦର୍ଶିନୀ

Advertisment

ଶିବଶଙ୍କର ଓଝା

ଶିବଶଙ୍କର ଓଝା

ଏହି ଓଡ଼ିଆ ସିନେମାରେ ଅତିଥି କଳାକାର ବନିଥିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିଲାଭ କରିଥିବା ବ୍ରଜରାଜ ମୁଭିଜର ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହାପରେ ବର୍ଷା ଓଲିଉଡର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଅଶୋକ ପତି। ଅଶୋକଙ୍କ ସହ ବର୍ଷା ଏଯାଏ ମାତ୍ର ଚାରିଟି ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ପ୍ରଥମଟି ହେଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡିଆ ଫିଲ୍ମ ‘ବାଜି’। ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟତୀତ ସିଦ୍ଧାନ୍ତ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ମିହିର ଦାସ ଓ ବିଜୟ ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ। ଏହା ୨୦୦୫ରେ ମୁକ୍ତିଲାଭ କରିଥିଲା।

publive-image
ଏହାପରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମୁଁ ତତେ ଲଭ କରୁଚି’, ‘ପ୍ରେମରୋଗୀ’ ଓ ‘ଦିଓ୍ବାନା’ରେ ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ତେବେ ‘ମୁଁ ତତେ ଲଭ କରୁଚି’ରେ ବର୍ଷା ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାର କ୍ଲାଇମାକ୍ସରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ସିଦ୍ଧାନ୍ତଙ୍କ ସହ ସେ ନଜର ଆସିଥିଲେ। ‘ମୁଁ ତତେ ଲଭ କରୁଚି’ର ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ, ଅରିନ୍ଦମ ଓ ନମ୍ରତା ଥାପା, ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ ଓ ବିଜୟ ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ। ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଛବିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ(ଟୁଟୁ)।
ଏହାପରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପ୍ରେମରୋଗୀ’ରେ ବୁଦ୍ଧାଦିତ୍ୟ ଓ ‘ଦିଓ୍ବାନା’ ରେ ଅନୁଭବଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା। କିନ୍ତୁ ଅଶୋକ ପତିଙ୍କ ଅନ୍ୟ ସିନେମା ଡ୍ରିମଗାର୍ଲ, ସଂଜୁ ଆଉ ସଂଜନା, ଲୋଫର୍, ଦୋସ୍ତି, ଶପଥ, ଇଡିଅଟ୍, ଦିଓ୍ଵାନା ଦିଓ୍ଵାନି, ସୁପର ମିଛୁଆ, ତୁ ଯେ ସେଇ, ଲଭଷ୍ଟେସନ୍, ସିଷ୍ଟର ଶ୍ରୀଦେବୀ, ଲଭ୍ ପାଇଁ କୁଛ୍ ଭି କରେଗା, ସୁନ୍ଦରଗଡ଼ର ସଲମାନ୍ ଖାନ୍, ଶ୍ରୀମାନ୍ ସୁରଦାସ, ‘ଅଜବ ସଂଜୁର ଗଜବ ଲଭ୍, ଗୋଲମାଲ ଲଭ୍ ଓ ମିଷ୍ଟର ମଜନୁ ଆଦି ଫିଲ୍ମରେ ନଥିଲେ ବର୍ଷା।

ଅପରପକ୍ଷରେ ନାୟିକା ବର୍ଷା ପ୍ରିୟଦର୍ଶିନୀ ଅଶୋକଙ୍କ ବ୍ୟତୀତ ଶିଶିର ମିଶ୍ର, ବସନ୍ତ ସାହୁ, ହର ପଟ୍ଟନାୟକ, ହିମାଂଶୁ ପରିଜା, ରବି କିନ୍ନାଗୀ, ଅରୁଣ ମହାନ୍ତି, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ, ଦିଲୀପ ପଣ୍ଡା, ସୁଶାନ୍ତ ମଣି, ଜ୍ୟୋତି ଦାସ, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ, ମୁରଲୀକ୍ରୀଷ୍ଣା ଓ ମୃତ୍ୟୁଞ୍ଜୟ ସାହୁଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe