ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା

ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ‘ଏ ଯୁଗର କୃଷ୍ଣ ସୁଦାମା’ ସିନେମାରୁ କ୍ୟାରିଅର ଆରମ୍ଭ କରିଥିଲେ। ବିନୟ କୁମାର ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ପ୍ରଥମ ଓ ଅନ୍ତିମ ଥର ଲାଗି ସେ ସୂରଜ କୁମାରଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହାପରେ ଅନ୍ୟ କୌଣସି ସିନେମାରେ ସୂରଜ-ବର୍ଷାଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିନାହିଁ।

ଖାଲି ସୂରଜ ନୁହଁନ୍ତି, ବର୍ଷା ଓଲିଉଡର ଅନ୍ୟ କେତେକ ନାୟକଙ୍କ ସହିତ ବି ପରଦାରେ ଥରେ ମାତ୍ର ଅନ୍‌ସ୍କି୍ରନ୍‌ ଯୋଡ଼ି ବନାଇଛନ୍ତି। ବଙ୍ଗଳା ସିନେମାର ଲୋକପ୍ରିୟ ହିରୋ ଜିତ୍‌ଙ୍କ ସହିତ ବର୍ଷା ଓଡ଼ିଆ ଛବି ‘ସୁନା ଶଂଖାଳି’ରେ ନଜର ଆସିଥିଲେ। ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ଏହି ସିନେମା ୨୦୦୪ରେ ରିଲିଜ୍‌ ହୋଇଥିଲା। ଆଲବମ୍‌ ଜଗତର ଜଣାଶୁଣା ହିରୋ ଦୀପକ ପରିଡାଙ୍କ ସହିତ ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିଲାଭ କରିଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାବତ ମା’ ସିନେମାରେ କାମ କରିଥିଲେ। ଏହାପରେ ଅନ୍ୟ କୌଣସି ଛବିରେ ଏହି ଯୋଡ଼ି ନଜର ଆସିନାହାନ୍ତି।

ଓଡ଼ିଆ ସିନେ ଜଗତର ଅନ୍ୟତମ ଜଣାଶୁଣା ନାୟକ ଦୁଷ୍ମନ୍ତଙ୍କ ବିପକ୍ଷରେ ବି ଥରଟିଏ ନାୟକ ସାଜିଛନ୍ତି ବର୍ଷା। ହଁ, ଦୁଷ୍ମନ୍ତ-ବର୍ଷାଙ୍କ ଯୋଡ଼ି ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ ଅରୁଣ ମହାନ୍ତିଙ୍କ ଫିଲ୍ମ ‘ପ୍ରେମ ସବୁଠୁଁ ବଳବାନ୍‌’ରେ ହିଁ ଦେଖିବାକୁ ପାଇଛନ୍ତି ଦର୍ଶକ। ଓଲିଉଡର ଆଗଧାଡ଼ିର ନାୟକ ଆକାଶ ଓ ପୁପିନ୍ଦରଙ୍କ ସହିତ ବି କେବଳ ଗୋଟିଏ ସିନେମାରେ ନାୟିକା ସାଜିଛନ୍ତି ବର୍ଷା ପ୍ରିୟଦର୍ଶିନୀ।ଏକ ପ୍ରେମ ତ୍ରିକୋଣ ଆଧାରିତ ସିନେମା ‘ଶୁଭବିବାହ’ର ପ୍ରେମ ତ୍ରିକୋଣରେ ଥିଲେ ଆକାଶ-ବର୍ଷା ଓ ପୁପିନ୍ଦର୍‌। ଜ୍ୟୋତି ଦାସ ଏହାର ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe