କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍‍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍‍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ନାୟିକା। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମା’ ଓ ‘ଗୋଲାମଗିରି’ଛବିରେ ଶିଶୁ କଳାକାର ଭାବରେ ପ୍ରଥମେ ପରଦାକୁ ଆସିଥିଲେ। ତେବେ ବିନୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଏ ଯୁଗର କୃଷ୍ଣ ସୁଦାମା’ହେଲା ବର୍ଷାଙ୍କର ନାୟିକା ରୂପେ ପ୍ରଥମ ଓଡ଼ିଆ ଛବି।
ଏହାପରେ ଆଉ ପଛକୁ ଫେରି ଚାହିଁ ନଥିବା ବର୍ଷା ପ୍ରିୟଦର୍ଶିନୀ ବିଗତ ୧୪ ବର୍ଷ ଭିତରେ ଶିଶିର ମିଶ୍ର ,ହର ପଟ୍ଟନାୟକ,ବସନ୍ତ ସାହୁ,ହିମାଂଶୁ ପରିଜା,ଅରୁଣ ମହାନ୍ତି , ସୁଧାଂଶୁ ମୋହନ ସାହୁ ,ସଞ୍ଜୟ ନାୟକ ,ରବି କିନ୍ନାଗୀ,ଦିଲୀପ ପଣ୍ଡା,ଜ୍ୟୋତି ଦାସ,ଏସ୍‌.କେ ମୁରଲୀଧରନ୍‌,ମୁରଲୀକ୍ରିଷ୍ଣା,ଅଶୋକ ପତି,ସୁଶାନ୍ତ ମଣି,ସୁଧାକର ବସନ୍ତ,ଏନ୍‌ ପାଢ଼ୀ ଓ ମୃତ୍ୟୁଞ୍ଜୟ ସାହୁଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କେତେକଙ୍କ ସହ ଥରଟିଏ କାମ କରିଛନ୍ତି ବର୍ଷା ।

ଏହି ତାଲିକାରେ ସବୁଠୁ ଆଗେ ନଜର ଆସନ୍ତି ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଶିଶିର ମିଶ୍ର । ବର୍ଷା ପ୍ରିୟଦର୍ଶିନୀ ଏହି ବରିଷ୍ଠ ନିର୍ଦ୍ଦେଶକଙ୍କସହ ଯେଉଁ ସିନେମାରେ କାମ କରିଥିଲେ ତାର ଟାଇଟଲ୍‌ ଥିଲା ‘ସାବତ ମା’’। ଏହା ୨୦୦୩ରେ ପରଦାକୁ ଆସିଥିଲା। ଏଥିରେ ଆଲବମରୁ ବଡ଼ ପରଦାକୁ ଆସିଥିବା ଦୀପକଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା। ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ସହ ବି ବର୍ଷା କେବଳ ଗୋଟିଏ ସିନେମା ‘ସୁନା ଶଂଖାଳି’ରେ କାମ କରିଥିଲେ। ଏଥିରେ ବେଙ୍ଗଲ ସୁପରଷ୍ଟାର୍‌ ଜିତଙ୍କ ସହ ନଜର ଆସିଥିଲେ। ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଓଡ଼ିଆ ସିନେମା ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’ରେ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଏଥିରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସେ।

publive-image

ଜଣାଶୁଣା ନିର୍ଦ୍ଦେଶକ ଅରୁଣ ମହାନ୍ତି ଏବଂ ସୁଧାଂଶୁ ମୋହନ ସାହୁଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ବି ଯଥାକ୍ରମେ ‘ପ୍ରେମ ସବୁଠୁ ବଳବାନ୍‌’ ଏବଂ ‘ପର୍ଶୁରାମ’ରେ କାମ କରିଛନ୍ତି। ଏନ୍‌ ପାଢ଼ୀ ବି ଥରଟିଏ ବର୍ଷାଙ୍କୁ ନିଜ ନିର୍ଦ୍ଦେଶିତ ‘ଏ ମନ ମାନେନା’ରେ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ‘ମୁନ୍ନା ଏ ଲଭ୍‌ ଷ୍ଟୋରି’ରେ ବି ଉଭୟେ କାମ କରିବାର ଥିଲା ହେଲେ ଶେଷ ମୁହୁର୍ତ୍ତରେ ବର୍ଷା ଏଥିରୁ ଓହରି ଯାଇଥିଲେ। ନିର୍ଦ୍ଦେଶକ ଜ୍ୟୋତି ଦାସଏବଂ ଏସ୍‌.କେ ମୁରଲୀଧରନ୍‌ ଯଥାକ୍ରମେ ‘ଶୁଭ ବିବାହ’ ଏବଂ ‘ନେଇ ଯାରେ ମେଘ ମତେ’ରେ ବର୍ଷାଙ୍କୁ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe