ଏହି ସିନେମାରେ ପ୍ରତିଶୋଧ ନେଇଥିଲେ ବର୍ଷା ପ୍ରିୟଦର୍ଶିନୀ!

Advertisment
ଏହି ସିନେମାରେ ପ୍ରତିଶୋଧ ନେଇଥିଲେ ବର୍ଷା ପ୍ରିୟଦର୍ଶିନୀ!

ଓଲିଉଡର ନାମୀ ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିନୀତ ଅଧିକାଂଶ ଓଡ଼ିଆ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। ହେଲେ ଖୁବ୍‌ କମ୍‌ ସିନେମାରେ ସେ ପ୍ରତିଶୋଧ ନେଉଥିବା ଯୁବତୀ ଭୂମିକାରେ ଅଭିନୟ କରିଛନ୍ତି।
ଏମିତି ଏକ ଚଳଚ୍ଚିତ୍ର ହେଲା‘ଅଗ୍ନିଶିଖା’। ଏହି ଛବିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ଶିଖା। ସେ କିନ୍ତୁ ଘଟଣାକ୍ରମେ ତିନିଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୁଅନ୍ତି। ଏହି ତିନିଜଣଙ୍କୁ ସେମାନଙ୍କର ଦୁଷ୍କର୍ମର ଦଣ୍ଡ ଦେବା ଲାଗି ପ୍ରତିଶୋଧପରାୟାଣା ହୋଇ ଉଠନ୍ତି ଶିଖା।

publive-imageନାରୀ ଅବଳା,ଦୁର୍ବଳା। କିନ୍ତୁ ଏକଥା କୁ ଭୁଲ ପ୍ରମାଣିତକରିଛନ୍ତି‘ଅଗ୍ନିଶିଖା’ଚଳଚ୍ଚିତ୍ରରେ ବର୍ଷା ପ୍ରିୟଦର୍ଶିନୀ। ପ୍ରତିଶୋଧ ନେବା କାମରେ ତାଙ୍କୁ ସହାୟତା କରନ୍ତି ଜଣେ ପୂର୍ବତନ ସେନା ଅଧିକାରୀ। ଏହି ଭୂମିକାରେ ଅଭିନୟ କରିଥିଲେ ବରିଷ୍ଠ ଅଭିନେତା ମିହିର ଦାସ।
‘ଅଗ୍ନିଶିଖା’ରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହର ପଟ୍ଟନାୟକ, ସରୋଜ ଦାସ ଓ ବ୍ରଜ ସିଂହ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜାର (ଚଣ୍ଡୀ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe