ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ

Advertisment
ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ

ବର୍ଷା ପ୍ରିୟଦର୍ଶିନୀ ଓଲିଉଡ଼୍‍ର ଜଣେ ନାମ କରା ନାୟିକା,ଏଥିରେ ସନ୍ଦେହ ନାହିଁ। ସେ ପ୍ରଥମେ ସୁପରହିଟ୍‌ ଓଡ଼ିଆ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରେ ନାୟିକା ବନିଥିଲେ। ଏହା ପୂର୍ବରୁ ଅବଶ୍ୟ ସେ ଶିଶୁ କଳାକାର ରୂପେ ‘ମା’ ଓ ‘ଗୋଲାମଗିରି’ ଭଳି ସିନେମାରେ ଦେଖାଦେଇଥିଲେ।

ତେବେ ଆପଣ କ’ଣ ଜାଣନ୍ତି କି ବର୍ଷା ପ୍ରଥମେ ଟେଲି ଜଗତରେ କାମ କରିଥିଲେ। ସେ ଟେଲି ଦୁନିଆରୁ ହିଁ ଅଭିନେତ୍ରୀ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ସମସ୍ତଙ୍କୁ ଜଣା ଯେ,ବର୍ଷା ପ୍ରିୟଦର୍ଶିନୀଙ୍କ ମାଆ ଦୀପା ସାହୁ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ସତୁରି/ ଅଶି ଦଶକରେ।

ବର୍ଷା ତାଙ୍କ ମାଆଙ୍କ ପଦାଙ୍କ ଅନୁସରଣ କରି ଅଭିନୟ କ୍ଷେତ୍ରକୁ ଅପଣାଇଥିଲେ। ହଁ ସେ ଟେଲି ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ। ବର୍ଷା ଇ-ଟିଭି(ଓଡ଼ିଆ)ରେ ପ୍ରସାରିତ ଧାରାବାହିକ‘ପଣତକାନି’ରେ ପ୍ରଥମେ ନଜର ଆସିଥିଲେ। ବର୍ଷାଙ୍କୁ ଏଥିରେ ନେବା ଲାଗି ଏହାର ନିର୍ଦ୍ଦେଶକ ଚୌଧୁରୀ ବିକାଶ ଦାସ ତାଙ୍କ ଘରେ ପହଞ୍ଚଥିଲେ। ହେଲେ ଆପଣମାନେ ଜାଣି ବିସ୍ମିତ ହେବେ ଯେ ‘ପଣତକାନି’ରେ ଅଭିନୟ କରିବା ଲାଗି ପ୍ରଥମେ ବର୍ଷା ଆଦୌ ରାଜି ହୋଇ ନ ଥିଲେ। ସେତେବେଳେ ସେ ଅଭିନୟ ପ୍ରତି ଆଗ୍ରହୀ ନ ଥିଲେ। ହେଲେ ମାଆ ଓ ନିର୍ଦ୍ଦେଶକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ।

ନିର୍ଦ୍ଦେଶକ ବର୍ଷାଙ୍କୁ କହିଥିଲେ ଯେ ଯଦି ଭଲ ନ ଲାଗିବ ପରେ ଏହି ଧାରାବାହିକ ଛାଡ଼ି ଦେବେ। ସେ ଯାହା ହେଉନା କାହିଁକି ବର୍ଷା ପ୍ରିୟଦର୍ଶିନୀ ‘ପଣତକାନି’ରେ ଅଭିନୟ କରି କ୍ୟାରିଅର୍‌ ଆରମ୍ଭ କରିଥିଲେ ଓ କିଛି ମାସ ପରେ ସେଥିରୁ ଓହରି ମଧ୍ୟ ଯାଇଥିଲେ। ।’ପରେ ସେ ସିନେଜଗଭତରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe