କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ

କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଏକାଧାରରେ ଜଣେ ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅରୁଣ ମହାନ୍ତି । ତାଙ୍କୁ ଓଲିଉଡର ଅନ୍ୟତମ ଅଲରାଉଣ୍ଡର ବୋଲି କୁହାଯାଏ । ସେ‘ କନ୍ୟାଦାନ ’ ଫିଲ୍ମ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ’ ଶଙ୍ଖା ସିନ୍ଦୁର, କଥା କହିବ ମୋ’ ମଥା ସିନ୍ଦୂର , ପୁଅ ଭାଙ୍ଗିଦେଲା ସୁନାସଂସାର ଏବଂ ପ୍ରେମ ସବୁଠୁ ବଳବାନ ଭଳି ସିନେମାର ନିର୍ମାଣ କରିଥିଲେ ଆଉ ସଫଳତା ବି ହାସଲ କରିଛନ୍ତି। ।

publive-image
ପ୍ରେମ ସବୁଠୁ ବଳବାନ ହେଉଛି ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶିତ ଏଯାବତର ଶେଷ ସିନେମା। ଏହାର ପ୍ରଥମେ ଟାଇଟଲ୍‌ ରଖାଯାଇଥିଲା ‘ସ୍ୱର୍ଗଦ୍ୱାର ସାକ୍ଷୀ। ଏଥିରେ ପ୍ରଥମେ ନାୟକ ଭୂମିକାରେ ଅଭିନୟ କରୁଥିଲେ ଅରିନ୍ଦମ୍‌। ସେ ଫିଲ୍ମର କିଛିଦିନ ସୁଟିଂ କରିବାପରେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ଏହା ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ବୁଝାମଣା କରାଯିବାର ମଧ୍ୟ ପ୍ରୟାସ ହୋଇଥିଲା। ମାତ୍ର ତାହା ସମ୍ଭବ ହୋଇନଥିଲା। ଏଥିପାଇଁ ତାହର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଥିଲା। ପରେ ଏଥିରେ ଅରିନ୍ଦମ୍‌ଙ୍କ ବଦଳରେ ଦୁଷ୍ମନ୍ତଙ୍କୁ ନେଇଥିଲେ।ତେବେ ଏହାର ନାୟକ ଭୂମିକାରେ ମୂଳରୁ ବର୍ଷା ପ୍ରିୟଦର୍ଶିନୀ ହିଁ ରହିଲେ।

ଆଉ ଏହି ସିନେମା ବି ବର୍ଷାଙ୍କପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। କାରଣ ‘ ପ୍ରେମ ସବୁଠୁ ବଳବାନ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ବର୍ଷା ପ୍ରିୟଦର୍ଶିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe