ପ୍ରଶଂସକଙ୍କୁ ଆଜି ‘ସ୍ପେସାଲ୍‌ ଲେଡି’ଙ୍କ ସହ ଭେଟ କରାଇବେ ବରୁଣ ଧାୱନ

ପ୍ରଶଂସକଙ୍କୁ ଆଜି ‘ସ୍ପେସାଲ୍‌ ଲେଡି’ଙ୍କ ସହ ଭେଟ କରାଇବେ ବରୁଣ ଧାୱନ

Daily Sun

ବରୁଣ ଧାୱନ ନୂଆ ଫିଲ୍ମ ‘କୁଲି ନମ୍ବର ୱାନ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ବରୁଣଙ୍କ ସହ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଦେଖାଦେବେ। ତେବେ ସେ ନିଜର ପ୍ରଶଂସକଙ୍କୁ ଜଣେ ସ୍ପେସାଲ୍‌ ମହିଳାଙ୍କ ସହ ଭେଟ କରାଇବେ ବୋଲି ସୋସିଆଲ ମିଡିଆରେ ଆଜି ଘୋଷଣା କରିଛନ୍ତି।

ସେ କହିଛନ୍ତି, ଜୀବନରେ ଲୁଚିବା ଓ ଲୁଚେଇବା ବହୁତ ହୋଇଗଲା। ଏବେ ସେ ଆଉ ଲୁଚାଇ ପାରିବେ ନାହିଁ। ଗୁଜବ ଏତେ ବଢ଼ିଗଲାଣି ଯେ ପ୍ରତିଥର ଆଉ ସଫେଇ ଦେବା ସମ୍ଭବ ହେଉନାହିଁ। ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତାକାଲି ସମସ୍ତଙ୍କୁ ଆପଣଙ୍କ ଭାଉଜଙ୍କୁ ଭେଟ କରାଇବି। ତାଙ୍କର ଏହି ଭିଡିଓ ଭାଇରାଲ୍‌ ହେଉଥିବା ବ‌େଳେ ସେ ନତାଶାଙ୍କ ସହ ବିବାହକୁ ନେଇ କିଛି କହିବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe