ଅବଦୁ ରୋଜିକଙ୍କ ଭାଙ୍ଗିଗଲା ନିର୍ବନ୍ଧ

Advertisment

କଜାକିସ୍ତାନର କଣ୍ଠଶିଳ୍ପୀ ଅବଦୁ ରୋଜିକଙ୍କ ନିର୍ବନ୍ଧ ଭାଙ୍ଗି ଯାଇଛି। ଆଗାମୀ ଦିନରେ ହେବାକୁ ଥିବା ତାଙ୍କ ବିବାହ ସପ୍ନ ଅଧାରେ ରହିଗଲା। ଧର୍ମକୁ ନେଇ ଉପୁଜିଥିଲା ସମସ୍ୟା।

କଜାକିସ୍ତାନର କଣ୍ଠଶିଳ୍ପୀ ଅବଦୁ ରୋଜିକଙ୍କ ନିର୍ବନ୍ଧ ଭାଙ୍ଗି ଯାଇଛି। ଆଗାମୀ ଦିନରେ ହେବାକୁ ଥିବା ତାଙ୍କ ବିବାହ ସପ୍ନ ଅଧାରେ ରହିଗଲା। ଧର୍ମକୁ ନେଇ ଉପୁଜିଥିଲା ସମସ୍ୟା।

 ମୁମ୍ବାଇ: ରିୟାଲିଟି ସୋ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ଭାବେ ଆସି ଅବଦୁ ରୋଜିକ୍ ଲୋକପ୍ରିୟ ହୋଇଥିଲେ। ୩ଫୁଟ ଉଚ୍ଚର ଅବଦୁ ରୋଜିକ୍ ତାଙ୍କ ସ୍ୱପ୍ନର ରାଣୀକୁ ପାଇଥିବା ସହ ଖୁବଶୀଘ୍ର ତାଙ୍କୁ ବିବାହ କରିବାକୁ ଯାଉଥିବା କଥାକୁ ସେ ନିଜେ ସମସ୍ତଙ୍କ ସହିତ ସେୟାର କରିଥିଲେ। 

ତେବେ ଅବଦୁ ରୋଜିକଙ୍କୁ ନେଇ ସମ୍ପ୍ରତି ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ଶୁଣିଲା ପରେ ନିଶ୍ଚୟ ତାଙ୍କ ଫ୍ୟାନ୍ସମାନେ ନିରାଶ ହେବେ। କଜାକିସ୍ତାନର କଣ୍ଠଶିଳ୍ପୀ ଅବଦୁ ରୋଜିକଙ୍କ ନିର୍ବନ୍ଧ ଭାଙ୍ଗି ଯାଇଛି। ଆଗାମୀ ଦିନରେ ହେବାକୁ ଥିବା ତାଙ୍କ ବିବାହ ସପ୍ନ ଅଧାରେ ରହିଗଲା।

ଅବଦୁ ରୋଜିକ ଚଳିତବର୍ଷ ମଇରେ କିଛି ଫଟୋ ଓ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଭାବିସ୍ତ୍ରୀ ଅମୀରାଙ୍କୁ ହୀରାର ମୁଦି ପିନ୍ଧାଇ ତାଙ୍କର ନିର୍ବନ୍ଧ ହୋଇଥିବା କଥାକୁ ଉଲ୍ଲେଖ କରିଥିଲେ। ସେ ତାଙ୍କର ଭଲପାଇବାକୁ ପାଇଛନ୍ତି ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ତାଙ୍କ ଫ୍ୟାନ୍ସମାନଙ୍କ ସହ ସେୟାର କରିଥିଲେ।

ନିକଟରେ ଦେଇଥିବା ଏକ ସାକ୍ଷାତକା‌ରରେ ଅବଦୁ ରୋଜିକ କହିଛନ୍ତି, ‘ମୋର ନିର୍ବନ୍ଧ ଭାଙ୍ଗି ଯାଇଛି। ଆଗକୁ ମୋର ବିବାହ ଅମୀରାଙ୍କ ସହିତ ହେବ ନାହିଁ। ଆମର ସମ୍ପର୍କ ଆଗକୁ ବଢ଼ିଥିଲା। କିନ୍ତୁ ଧର୍ମକୁ ନେଇ କିଛି ସମସ୍ୟା ଉପୁଜିଥିଲା ଯେଉଁ କାରଣରୁ ଅମୀରାଙ୍କ ସହିତ ହୋଇଥିବା ନିର୍ବନ୍ଧକୁ ଭାଙ୍ଗିବାକୁ ପଡ଼ିଲା। କିଛି କଥା ନାହିଁ ଭଗବାନଙ୍କ ଉପରେ ମୋର ପୁରା ବିଶ୍ବାସ ଅଛି। ଉଚିତ ସମୟ ଆସିଲେ ପୁଣି ମୋ ଭଲପାଇବା ମୋ ପାଖକୁ ଫେରି ଆସିବ। ଆପଣମାନଙ୍କ ସ୍ନେହ ଓ ଆର୍ଶୀବାଦ ସେମିତି ମୋ ଉପରେ ରହିଥାଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe