କଙ୍ଗନାଙ୍କ ନିଶାଣରେ ବେବୋ : ତାରକା ସନ୍ତାନମାନେ ଆଉଟ୍‌ସାଇଡର୍‌ଙ୍କୁ ସ୍ବପ୍ନ ଦେଖାନ୍ତି, ପରେ ବେଇଜ୍ଜତ କରନ୍ତି

କଙ୍ଗନାଙ୍କ ନିଶାଣରେ ବେବୋ : ତାରକା ସନ୍ତାନମାନେ ଆଉଟ୍‌ସାଇଡର୍‌ଙ୍କୁ ସ୍ବପ୍ନ ଦେଖାନ୍ତି, ପରେ ବେଇଜ୍ଜତ କରନ୍ତି

IBTimes India

ମୁମ୍ବାଇ:  ବାରମ୍ବାର ଆପତ୍ତିଜନକ ମନ୍ତବ୍ୟ ଦେଇ ଚାଲିଥିବା ବଲିଉଡ୍‌ କ୍ବିନ୍‌ କଙ୍ଗନା ରଣାୱତ୍‌ ଏବେ ବଲିଉଡ୍‌ ବେବୋ କରୀନା କପୁରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ସୁଶାନ୍ତ ଓ ସାରାଙ୍କ ସମ୍ପର୍କ କଥା ଉଠାଇଥିବା ବେଳେ ‘ମୁଭି ମାଫିଆମାନେ’ ଜାଣିଶୁଣି ସେମାନଙ୍କୁ ଅଲଗା କରିଛନ୍ତି ବୋଲି କଙ୍ଗନା କହିଛନ୍ତି। ଏ ସବୁରେ କଙ୍ଗନା, କରୀନାଙ୍କ ନାମ ମଧ୍ୟ ନେଇଛନ୍ତି। ସେ କହିଛନ୍ତି, କରୀନା ଏକ ଚାଟ୍‌ ସୋ’ରେ କହିଥିଲେ ଯେ ନିଜ ପ୍ରଥମ ଚଳଚ୍ଚିତ୍ରର ହିରୋଙ୍କୁ କେ‌ବେ ଡେଟ୍‌ କରନାହିଁ। ଅର୍ଥାତ ସାରାଙ୍କୁ ସୁଶାନ୍ତଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ କରୀନା ପ୍ରବର୍ତ୍ତାଇଥିଲେ।

ସାରାଙ୍କ ପ୍ରଥମ ଚଳଚ୍ଚିତ୍ର ‘କେଦାରନାଥ’ରେ ସାରା ଓ ସୁଶାନ୍ତ ପରସ୍ପରକୁ ଡେଟ୍‌ କରୁଥିଲେ। ଏପରିକି ଗୋଟିଏ ଘର ନେଇ ଏକାଠି ରହୁଥିଲେ। କିନ୍ତୁ ହଠାତ୍‌ ସାରା, ସୁଶାନ୍ତଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଏଥିରେ ସୁଶାନ୍ତ ଭାଙ୍ଗିପଡ଼ିଥିଲେ। ପରେ ରିୟା ତାଙ୍କ ଜୀବନକୁ ଆସିଥିଲେ। ଏଥିସହ ତାରକା ସନ୍ତାନମାନଙ୍କ ଉପରେ ବି କଙ୍ଗନା ବର୍ଷିଛନ୍ତି। ଏହି ତାରକା ସନ୍ତାନମାନେ ଆମ ଭଳି ଆଉଟ୍‌ସାଇଡର୍‌ଙ୍କୁ ସ୍ବପ୍ନ ଦେଖାନ୍ତି ଓ ପରେ ସମସ୍ତଙ୍କ ସାମ୍‌ନାରେ ବେଇଜ୍ଜତ କରି କାହିଁକି ଚାଲିଯାଆନ୍ତି ବୋଲି କହିଥିଲେ। ଏହି ଅବସରରେ ସେ ନିଜର ଓ ହ୍ରିତିକଙ୍କ ସମ୍ପର୍କ କଥା ବି ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe