ଗର୍ଭାବସ୍ଥାରେ ଚମକୁଛନ୍ତି ବେବୋ

Advertisment
ଗର୍ଭାବସ୍ଥାରେ ଚମକୁଛନ୍ତି ବେବୋ

BollywoodShaadis.com

ବଲିଉଡ୍‌ ବେବୋ କରିନା‌ କପୁର ଏବେ ହିମାଚଳ ପ୍ରଦେଶର ପାହାଡ଼ିଆ ଓ ପ୍ରାକୃତିକ ପରିବେଶରେ ନିଜ ସମୟ ଅତିବାହିତ କରୁଛନ୍ତି। ସ୍ବାମୀ ତଥା ଅଭିନେତା ସୈଫ୍ଅଲ୍ଲୀ ଖାନ୍‌ ନିଜ ହରର୍‌-କମେଡି ଫିଲ୍ମ ‘ଭୂତ ପୁଲିସ୍‌’ର ସୁଟିଂ ପାଇଁ ହିମାଚଳ ଯାଇଥିବା ବେଳେ କରିନା ବି ତାଙ୍କ ସହ ଛୁଟି କାଟିବାକୁ ସେଠାରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଥିବା କରିନା ଆଜି ସକାଳେ ନିଜର ଏକ ଫଟୋ ସେୟାର କରିଛନ୍ତି। ପାହାଡ଼ କୋଣରୁ ପହିଲି ସୂର୍ଯ୍ୟକିରଣର ସ୍ପର୍ଶ ସହ କଫିର ମଜା ନେଉଥିବା କରିନା ଫଟୋଟିକୁ ସେୟାର କରି ଲେଖିଛନ୍ତି, ବ୍ରେକ୍‌ଫାଷ୍ଟ୍‌ ୱିଥ୍‌ ବେବୋ (ବେବୋ ସହ ପ୍ରାତଃଭୋଜନ)। ଫଟୋରେ କରିନା ଲାଲ୍‌ ରଙ୍ଗର ଏକ ସ୍ବେଟ୍ ସର୍ଟ ପିନ୍ଧିଥିବା ବେଳେ ଗର୍ଭାବସ୍ଥାର ଚମକ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe