ABP Live - ABP News
ମୁମ୍ବାଇ: କର୍ମନିଷ୍ଠାର ଶ୍ରେଷ୍ଠ ଉଦାହରଣ ପାଲଟିଥିବା ଅକ୍ଷୟ କୁମାର ପୁଣି ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ୱର ପ୍ରଥମ ଚଳଚ୍ଚିତ୍ର ଭାବେ ତାଙ୍କ ଅଭିନୀତ ‘ବେଲ୍ବଟମ୍’ର ସୁଟିଂ ଲକ୍ଡାଉନ୍ରେ ଆରମ୍ଭ ହୋଇ ଶେଷ ହୋଇଛି। ସେପ୍ଟେମ୍ବର ୩୦ରେ ଲଣ୍ଡନରେ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି। କରୋନା ଯୋଗୁଁ ପ୍ରାୟ ସମସ୍ତ ସୁଟିଂ ବାତିଲ ହୋଇଥିବା ବେଳେ କିଛି ଫିଲ୍ମର ସୁଟିଂ ବି ଧିମା ଚାଲିଛି।
‘ବେଲ୍ବଟମ୍’ ଚଳଚ୍ଚିତ୍ରର ନିର୍ଦ୍ଧାରିତ ସମୟ ପୂର୍ବରୁ ସୁଟିଂ ସରିବା ଅକ୍ଷୟଙ୍କ କର୍ମନିଷ୍ଠାର ପ୍ରମାଣ ଦେଉଛି। ପ୍ରୟୋଜକଙ୍କୁ ଅତିରିକ୍ତ ଖର୍ଚ୍ଚକୁ ବଞ୍ଚାଇବା ତଥା ଚଳଚ୍ଚିତ୍ର ଶୀଘ୍ର ସାରି ସମସ୍ତେ କେମିତି ସୁରକ୍ଷିତ ଦେଶକୁ ଫେରିବେ, ସେଥିପାଇଁ ଅକ୍ଷୟଙ୍କୁ ଦିନକୁ ପାଖପାଖି ୧୬ଘଣ୍ଟା କାମ କରିବାକୁ ପଡ଼ୁଥିଲା। ଏ ନେଇ ଅକ୍ଷୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ଟିମ୍ୱାର୍କ ଯୋଗୁଁ ସମ୍ଭବ ହୋଇପାରିଛି। ପୂରା ଟିମ୍ର କଠୋର ପରିଶ୍ରମ ଯୋଗୁଁ ଏତେ କମ୍ ଦିନରେ ସୁଟିଂ ଶେଷ ହୋଇପାରିଥିବା ଅକ୍ଷୟ କହିଛନ୍ତି। ଏହା ନିଶ୍ଚିତ ଭାବେ ବିଶ୍ୱବ୍ୟାପୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବ ବୋଲି ଅକ୍ଷୟ ଆଶାବ୍ୟକ୍ତ କରିଛନ୍ତି। ସେପଟେ ସୁଟିଂ ସରି ଯାଇଥିବାରୁ ଫିଲ୍ମର ପୂରା ଟିମ୍ ମୁମ୍ବାଇ ଫେରୁଛନ୍ତି।
Follow Us