ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମମ୍’ର ପ୍ରେମୀଯୋଡ଼ି

Advertisment
ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମମ୍’ର ପ୍ରେମୀଯୋଡ଼ି

ଇମୋଜି ଫିଲ୍ମସ୍ ବ୍ୟାନର୍‌ରେ ମୁକ୍ତିଲାଭ କରିବାକୁଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମମ୍’। ଏହାର ପ୍ରେମୀଯୋଡ଼ି ସାଜିଛନ୍ତି ଷ୍ଟାର୍‌ସନ୍ ବାବୁସାନ୍‌ ଓ ଷ୍ଟାର୍‌ ଡଟର୍‌ ପ୍ରକୃତି ମିଶ୍ର। ଶିଶିର କୁମାର ଷଡ଼ଙ୍ଗୀଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ବାବୁସାନ୍ ଫିଲ୍ମସ୍‌ ଓ ଅନିମା ପ୍ରଡକ୍ସନ୍‌ ଏଥିରେ ମିଳିତଭାବେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଭୂମିକା ନିର୍ବାହ କରିଛନ୍ତି। ଚିତ୍ରନାଟ୍ୟ ସହ କାହାଣୀ ଲେଖିଛନ୍ତି ଭରଦ୍ବାଜ ପଣ୍ଡା। ଚିତ୍ରୋତ୍ତୋଳନ କରିଛନ୍ତି ସୁବ୍ରତ ଖଟୋଇ, ‌କୋରିଓଗ୍ରାଫି କରିଛନ୍ତି ଗିରିଶ ମହାନ୍ତି ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ।

ସବୁଠୁ ବଡ଼କଥା ହେଉଛି ଓଲିଉଡ୍‌ର ସୁପର୍‌ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଇ ଚଳଚ୍ଚିତ୍ରରେ ଏକ ସ୍ବତନ୍ତ୍ର ଚେହେରା ଓ ଚରିତ୍ରରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe