କୋଲକାତା: ଅକାଳରେ ଚାଲିଗଲା ଆଉ ଏକ ଅମୁଲ୍ୟ ଜୀବନ। ମାତ୍ର ୨୦ବର୍ଷ ବୟସରେ ଜୀବନ ହାରିଲେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ’। ପଲ୍ଲବୀଙ୍କ ଏଭଳି ପଦକ୍ଷେପ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହି ଖବର ଶୁଣି ତାଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା ଲାଗିଛି। ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଥିବା ବେଳେ କୋଲକାତାର ଗରଫାରେ ଅବସ୍ଥିତ ତାଙ୍କ ଘରୁ ତାଙ୍କ ମୃତଦେହ ମିଳିଛି। ସେ ବଙ୍ଗଳା ଟିଭି ଧାରାବାହିକ 'ମୋନ ମାନେ ନା'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଏବେ ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
ସୂଚନା ମୁତାବକ, ପଲ୍ଲବୀଙ୍କ ମୃତଦେହ ତାଙ୍କ ଘରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ପରେ ପଲ୍ଲବୀଙ୍କୁ ନିକଟସ୍ଥ ବାଙ୍ଗୁର ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପଲ୍ଲବୀଙ୍କ ମୃତଦେହକୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ୍ୟୁ ପଛର କାରଣ ଖୋଜୁଛି ପୁଲିସ।
newsableପଲ୍ଲବୀଙ୍କ ସହ-କଳାକାର ଅନାମିତ୍ରା ତାଙ୍କ ମୃତ୍ୟୁକୁ ଖବର ପାଇ ଭାଙ୍ଗିପଡ଼ିବା ସହ କହିଛନ୍ତି ଯେ, ମୁଁ ପଲ୍ଲବୀଙ୍କ ମୃତ୍ୟୁ ଖବର ପାଇ ଆଶ୍ଚର୍ଯ୍ୟ ହୋଇଯାଇଛି। ମେ’ ୧୨ ରେ ଆମେ ଟେଲିଭିଜନ୍ ସୋ’ ପାଇଁ ସୁଟ୍ କରିଥିଲୁ ଏବଂ ତାଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ମୁଁ ତାଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁ ନାହିଁ।
Follow Us