Koimoi
ବଲିଉଡ୍ର ଦବଙ୍ଗ ଖାନ୍ ଫିଲ୍ମ ଦୁନିଆରେ ନିଜର ଦବଦବା ବଜାୟ ରଖିଥିବା ବେଳେ ଏଥର ସେ ଏକ ଲୋଭନୀୟ ଅଫରକୁ ହାତଛଡ଼ା କରି ଚର୍ଚ୍ଚାକୁ ଆସିଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’କୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ କରାଇବା ପାଇଁ ସଲମାନ୍ଙ୍କୁ ୨୫୦ କୋଟି ଟଙ୍କାର ଅଫର୍ ଆସିଥିଲା। ମାତ୍ର ସେ ତାକୁ ଶୁଣିବା ମାତ୍ରେ ପ୍ରତ୍ୟାଖ୍ୟାନ କରିଥିଲେ। ଫିଲ୍ମ ‘ରାଧେ’କୁ ବଡ଼ ପରଦାରେ ରିଲିଜ୍ କରାଇବେ ବୋଲି ସେ କହିଛନ୍ତି। ରାଧେର ନିର୍ଦ୍ଦେଶକ ପ୍ରଭୁ ଦେବା ମଧ୍ୟ ଏହାକୁ ଡିଜିଟାଲ୍ ପ୍ଲାଟ୍ଫର୍ମ ପରିବର୍ତ୍ତେ ହଲ୍ରେ ମୁକ୍ତିଲାଭ କରାଇବେ ବୋଲି ସ୍ପଷ୍ଟ କରିଛନ୍ତି। ରାଧେ ଆଗାମୀ ଇଦ୍ରେ ରିଲିଜ୍ ହେବାର ସମ୍ଭାବନା ରହିଛି।
Follow Us